ଦୁବାଇ: ସୁପର ସନ୍ଡେରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଫାଇଟ୍। ଆଇସିସି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ଟାଇଟଲ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇବେ। ଭାରତ ଗତ ୨୦୦୦ ମସିହା ସଂସ୍କରଣ ଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।
ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଟକ୍କର। ୨୫ ବର୍ଷର ବଦଲା ପୂରା ସହ ଟାଇଟଲ ଲକ୍ଷ୍ୟରେ ଭାରତ। ନ୍ୟୁଜିଲାଣ୍ଡ ପୂର୍ବ ସଫଳତାକୁ ଦୋହରାଇବାକୁ ପ୍ରସ୍ତୁତ। ଶେଷ ୧୪ଟି ଆଇସିସି ଟୁର୍ଣ୍ଣାମେଣ୍ଟକୁ ହିସାବକୁ ନେଲେ ଏଥିରୁ ଭାରତ ୧୨ଟି ସଂସ୍କରଣରେ ନକ୍ ଆଉଟ୍ (ସେମି ଫାଇନାଲ ଓ ଫାଇନାଲ୍)ଖେଳିଛି । ଏହି ସମୟ ମଧ୍ୟରେ ନ୍ୟୁଜିଲାଣ୍ଡ ମଧ୍ୟ ୮ଟି ନକ୍ ଆଉଟ୍ ଖେଳିଛି।
ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟି ସାରିଛନ୍ତି ଓ ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍ରେ ବିଜୟୀ ହୋଇଛି। ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି (ଆଇସିସି ନକ୍ ଆଉଟ୍) ଓ ୨୦୨୧ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ଓ ନ୍ୟୁଜିଲାଣ୍ଡ ଚାମ୍ପିଅନ୍ ହୋଇଥିଲା।
Comments are closed.