Latest Odisha News

ଟି-୨୦ ବିଶ୍ୱକପ୍ ନେଇ ଆଜି ଆସିପାରେ ଫୈସଲା

କରୋନା ମହାମାରୀ ଭିତରେ ଚଳିତବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବ କି ନାହିଁ ସସପେନ୍ସ ଲାଗି ରହିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି କୌଣସି ନିଷ୍ପତ୍ତି ନେଇ ନାହିଁ । ଆଜି ବସୁଛି ଆଇସିସିର ଜେନେରାଲ୍ ବଡି ମିଟିଂ । ଭାରତୀୟ ସମୟ ଅପରାହଣ ସାଢ଼େ ୩ଟାରେ ଭିଡିଓ କନଫରେନ୍ସିଂରେ ବୈଠକ ବସିବ ।

BjdElectrycity

ଆସନ୍ତା ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହେବାର ଥିଲା ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ । ଅଷ୍ଟ୍ରେଲିଆରେ ଖେଳାଯିବାର ଥିଲା । ଆୟୋଜନ ନେଇ ହାତରେ ଆଉ ରହିଛି ୯୦ ଦିନରୁ କମ୍ ସମୟ । ସେପଟେ କରୋନା ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ବି ବିଶ୍ୱକପ ଆୟୋଜନ ନେଇ ଏକ ପ୍ରକାର ଅନିଚ୍ଛା ପ୍ରକାଶ କଲାଣି ।

ଏଭଳି ପରିସ୍ଥିତିରେ ଅନୁମାନ କରାଯାଉଛି ଆଉ ବିଳମ୍ବ ନକରି ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇପାରେ । ସେହିପରି ଆଜିର ବୈଠକରେ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ନେଇ ବି ଆଲୋଚନା ହୋଇପାରେ । ଆଇସିସିର ବିଶ୍ୱକପ୍ ଆୟୋଜନ ନିଷ୍ପତ୍ତି ପରେ ବିସିସିଆଇ ଆଇପିଏଲ୍ ଆୟୋଜନ ନେଇ ଚିନ୍ତା କରିବ ।

Leave A Reply

Your email address will not be published.