Latest Odisha News

ଟି-ଟ୍ୱେଣ୍ଟି ବିଶ୍ୱକପ ନେଇ ଆଜି ହୋଇପାରେ ନିଷ୍ପତ୍ତି

ଚଳିତବର୍ଷ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଆୟୋଜନକୁ ନେଇ ନିଷ୍ପତ୍ତି ହୋଇ ନାହିଁ। ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଭାରତୀୟ ସମୟ ସାଢ଼େ ୩ଟାରେ ବସିବ ବୈଠକ । ଏଠାରେ ଚଳିତ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପକୁ ନେଇ ଆଲୋଚନା ସମ୍ଭାବନା ରହିଛି । ଏହି ବୈଠକର ପ୍ରମୁଖ ଏଜେଣ୍ଡା ରହିଛି ଆଇଆଇସିର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଥିବା ଶଶାଙ୍କ ମନୋହରଙ୍କ କାର‌୍ୟ୍ୟକାଳ ଶେଷ ହୋଇଛି । କାହାକୁ ମନୋନୀତ କରାଯିବ ସେନେଇ ଆଜିର ବୈଠକରେ ଆଲୋଚନା କରାଯିବ ।

ଏହାସହ ଟି-୨୦ ବିଶ୍ୱକପକୁ ନେଇ କୈଣସି ନିଷ୍ପତ୍ତି ସମ୍ଭାବନା ରହିଛି । ପୂର୍ବରୁ ଜୁନ୍ ୧୦ ତାରିଖରେ ବସିଥିବା ବୈଠକରେ କୌଣସି ନିଷ୍ପର୍ଷ ବାହାରି ନଥିଲା । ଆଇସିସି ପକ୍ଷରୁ କୁହାଯାଇଥିଲା ଜୁଲାଇ ସୁଦ୍ଧା ବିଶ୍ୱକପ ଆୟୋଜନ ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହେବ । ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ ହୋଇପାରେ ।

Leave A Reply

Your email address will not be published.