ଭୁବନେଶ୍ୱର: ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଖାତା ଦେଖା ଶେଷ ହେବ ଓ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ବାକି ରହିଯାଇଥିବ ତାହାକୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟକୁ ଅଣାଯାଇ ଖାତା ଦେଖା ଶେଷ କରାଯିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନାନୁସାରେ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ବାକି ଖାତାଗୁଡ଼ିକର ମୂଲ୍ୟାୟନ କରାଯିବ । ମୂଲ୍ୟାୟନ କାର୍ଯ୍ୟ ଶେଷ ହେବା ପରେ ନମ୍ବର ତଦାରଖ କରାଯାଇ ଆସନ୍ତା ଜୁଲାଇ ମାସ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନେ ଫେରିବା ପରେ ସେମାନଙ୍କର ସ୍ୱାବ୍ ପରୀକ୍ଷା କରାଯାଇ ଛଡ଼ାଯିବ ବୋଲି ମଧ୍ୟ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି । ରାଜ୍ୟର ୨ ହଜାର ୮୮୮ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଇଥିଲେ । ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା । ମାତ୍ର ବିଭିନ୍ନ କାରଣରୁ ଖାତା ଦେଖା ସ୍ଥଗିତ ରହିବା ପରେ ମେ’ ୨୬ ତାରିଖରୁ ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇଛି ।
BREAKING NEWS
- ଭୁବନେଶ୍ୱର ବିମାନବନ୍ଦରରୁ ୫ କେଜିରୁ ଊର୍ଦ୍ଧ୍ବ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ, ୪ ଅଟକ
- Tariffs on India: ତେଲ ପାଇଁ ବଦଳିଗଲେ ଟ୍ରମ୍ପ? ଭାରତକୁ ବଡ ଆଶ୍ବସ୍ତି, ୧୦୦% ଟାରିଫ୍ ନିଷ୍ପତ୍ତିରେ ବଡ଼ ମୋଡ଼…
- ଛାତ୍ର ସଂସଦ ନିର୍ବାଚନ; ଓଡ଼ିଶା ABVP ପ୍ରଦର୍ଶନକୁ ପ୍ରଶଂସା କଲେ ଅମିତ ଶାହ
- ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨୧.୮୮ ଲକ୍ଷ ନଗଦ…
- Maha Saptami Puja: ମା’ ଦୁର୍ଗାଙ୍କ ଆଗମନରେ କମ୍ପୁଛି ଧରା! ଝଲସୁଛି ଟ୍ୱିନ୍ ସିଟି, ମହାସପ୍ତମୀରେ ମଣ୍ଡପରେ ଭକ୍ତଙ୍କ ଭିଡ଼…
- ଚଳିତ ମାସରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
- ବାଂଲାଦେଶର ଏକ ହିନ୍ଦୁ ମନ୍ଦିର ପରିସରରେ ଗୋମାଂସ ଖିଚିଡି ଭୋଜିକୁ ନେଇ ବିବାଦ
- ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଗିରଫ…
- ଭାରତରେ ହେଉଥିବା ଆନ୍ଦୋଳନ ଉପରେ ଆମେରିକାର ନଜର : ୬ ଜଣ ସାଂସଦଙ୍କ ଦ୍ଵାରା ମାର୍କୋ ରୁବିଓଙ୍କୁ ପତ୍ର
- ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ, ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ…

Comments are closed.