Latest Odisha News

ଚାମ୍ପିୟନ୍ସ ଟ୍ରଫି କିଟ ବିବାଦ, ଆସିଲା ଆଇସିସି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କିଟକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଟିମ କିଟରେ ପାକିସ୍ତାନ ଲେଖାକୁ ବିରୋଧ କରିଛି । କିଟରେ ପାକିସ୍ତାନ ଲେଖାକୁ ବିସିସିଆଇ ରଖି ନାହିଁ । ଏଥିନେଇ ପିସିବି ଅସନ୍ତୋଷ ବ୍ୟକ୍ତ କରିବା ସହ ଆଇସିସିଜୁ ଜଣାଇଥିଲା । ଏବେ ଆଇସିସିର ଜନୈକ ଅଧିକାରୀ ଏ ସମ୍ପର୍କରେ ବୟାନ ଦେଇଛନ୍ତି । ଭାରତୀୟ କିଟରେ ପାକିସ୍ତାନ ଲେଖା ହେବା ଜରୁରୀ । ପାକିସ୍ତାନ ଏଥର ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି । ସମସ୍ତ ଟିମର ଦାୟିତ୍ୱ ଜର୍ସି ଏବଂ କିଟରେ ଟୁର୍ଣ୍ଣାମେଂଟ ଲୋଗୋ ଓ ଆୟୋଜକ ଦେଶର ନାମ ରଖିବା ଆବଶ୍ୟକ । ଯଦି କୌଣସି ଟିମ ଏହା ନ କରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିସିସିଆଇ କିନ୍ତୁ ଏହାକୁ ଗ୍ରହଣ କରିବା ସପକ୍ଷରେ ନାହିଁ । ଭାରତ କୌଣସି ମ୍ୟାଚ ପାକିସ୍ତାନରେ ଖେଳୁ ନ ଥିବାରୁ ଏହାର ଆବଶ୍ୟକତା ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ଯିବେ ବୋଲି ଆଶା କରା ଯାଉଥିଲେ ମଧ୍ୟ ଏବେ ରିପୋର୍ଟ ଅନୁସାରେ ବିସିସିଆଇ ଏଥିରେ ରାଜି ନାହିଁ । ଖୁବ ଶୀଘ୍ର ବିସିସିଆଇ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି ।

Comments are closed.