ବେଙ୍ଗାଲୁରୁ: କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲା ଆରାବେଲ ଘାଟିରେ ଭୟଙ୍କର ଦୁର୍ଘଟଣା। ଗାଡିକୁ ସାଇଡ ଦେଇ ଓଲଟିଲା ଫଳ ବୋଝେଇ ଟ୍ରକ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ସମସ୍ତଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମାର୍କେଟ ଯାଉଥିବା ବେଳେ ଘଟିଛି ଏହି ଅଘଟଣ। ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ନେଇ ଆଶଙ୍କା ରହିଛି। ପୋଲିସର ସୂଚନା ଅନୁସାରେ, ଫଳ ପନିପରିବା ବୋଝେଇ ଟ୍ରକକି ଅନ୍ୟ ଏକ ଗାଡିକୁ ସାଇଟଡ ଦେଉଥିଲା। ଫଳରେ ଫଳ ବୋଝେଇ ଟ୍ରକ ଅନିୟନ୍ତ୍ରିତ ହୋଇ ୫୦ ମିଟର ଖାଇକୁ ଓଲଟି ପଡିଥିଲା।
ଘଟଣା ଆଜି ଭୋର ସମୟରେ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସମସ୍ତ ଲୋକ ଫଳ ବିକ୍ରେତା। ସାବନୁରରୁ ଫଳ ବିକିବା ପାଇଁ ୟାଲାପୁରା ମେଳାକୁ ଯାଉଥିଲେ। ଦୁର୍ଘଟଣା ଜଙ୍ଗଲ ଅଞ୍ଚଳରେ ହୋଇଛି ବୋଲି ଉତ୍ତର କନ୍ନଡ ପୋଲିସ ଅଧିକ୍ଷକ ଏମ ନାରାୟଣ କହିଛନ୍ତି।
Comments are closed.