Latest Odisha News

BREAKING NEWS

ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କଲା ଆଇସିସି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଚଳିତ ବର୍ଷର ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କରିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କରୋନା ମହାମାରୀ ଯୋଗୁ ଏହାକୁ ୟୁଏଇରେ କରିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା । ମଙ୍ଗଳବାର ଆଇସିସି ଏହି ଅନୁରୋଧ ରକ୍ଷା କରିଛି । ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଏବଂ ଓମାନରେ ଏହା ଖେଳାଯିବ ।

ଦୁବାଇ, ଆବୁଧାବି, ଶାରଜା ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ୧୬ଟିମକୁ ନେଇ ୪୫ ମ୍ୟାଚ ଖେଳାଯିବ । ପ୍ରଥମ ରାଉଣ୍ଡରେ ୮ କ୍ୱାଲିଫାଇଂ ଟିମ୍ ଓମାନ ଓ ୟୁଏଇରେ ମ୍ୟାଚ ଖେଳିବେ । ୪ଟି ଟିମ୍ ସୁପର ୧୨କୁ ଯୋଗ୍ୟତା ଅର୍ଜନ କରିବେ । ଏହି ମୁକାବିଲା ୨ଟି ଗ୍ରୁପରେ ଖେଳାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଁଏ ଟିମ ସେମିଫାଇନାଲରେ ପ୍ରବେଶ କରିବେ । ଫାଇନାଲ ମ୍ୟାଚ ନଭେମ୍ବର ୧୪ରେ ଖେଳାଯିବ ।

Leave A Reply

Your email address will not be published.