ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି ଦୁଇ ଖେଳାଳିଙ୍କ କ୍ଷେତ୍ରରେ ନୁହେଁ ଓଡିଶାକୁ ବାରମ୍ବାର ଏ ନେଇ କୋଣଠେସା କରାଯାଉଛି । ୬୦ ବର୍ଷ ମଧ୍ୟରେ ମାତ୍ର ୯ଜଣ ଓଡିଆ ଖେଳାଳି ଏହି ସମ୍ମାନ ପାଇଛନ୍ତି । ହକି ଇଣ୍ଡିଆ ତରବରିଆ ଭାବେ ଖେଳରତ୍ନ ପୁରସ୍କାର ପାଇଁ ଶ୍ରୀଜେସ,ଦୀପିକା ଏବଂ ଅର୍ଜୁନ ପୁରସ୍କାର ପାଇଁ ହରମନପ୍ରୀତ ସିଂ, ବନ୍ଦନା କାଟରିୟା ଏବଂ ନଭଜୋତ କୌରଙ୍କ ନାମ ପଠାଇଛି ।
ଏମାନଙ୍କ ତୁଳନାରେ ବୀରେନ୍ଦ୍ର ଏବଂ ଦୀପଗ୍ରେସଙ୍କ ପ୍ରଦର୍ଶନ କଣ ଖରାପ ଥିଲା? ଅଲିମ୍ପିକ ଟିମରେ ପକ୍ଷପାତିତା ସ୍ୱର ଜୋର ଧରିବା ପରେ ଏହାକୁ ଲୁଚାଇବା ପାଇଁ ଉପରୋକ୍ତ ଦୁଇ ଖେଳାଳିଙ୍କୁ ଜାତୀୟ ଦଳର ଉପ ଅଧିନାୟକ କରି ଦିଆଗଲା । ବୀରେନ୍ଦ୍ର ୧୯୭ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ହରମନପ୍ରୀତ ୧୧୯ ମ୍ୟାଚ ଖେଳିଛନ୍ତି । ସେହିପରି ଦୀପଗ୍ରେସଙ୍କ ପ୍ରଦର୍ଶନକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କୁ ଆଡେଇ ନଭଜୋତଙ୍କ ନାଁ ସୁପାରିଶ କରାଗଲା ।
ସରକାରଙ୍କ ନୂତନ ନିୟମ ଅନୁସାରେ ରାଜ୍ୟ ସରକାର, କ୍ରୀଡା ସଂଗଠନ ଏବଂ କ୍ରୀଡାବିତ୍ ବ୍ୟକ୍ତିଗତ ଭାବେ ନିଜ ନାମ ସୁପାରିଶ କରିପାରିବେ । ତେବେ କମିଟି ଜାତୀୟ ଫେଡେରେଶନ ପଠାଇଥିବା ନାମକୁ ଗୁରୁତ୍ୱ ଦେଇଥାଏ । ଯଦି ଏହା ବିଚାରକୁ ନିଆଯାଏ ତାହାହେଲେ ଏଥର ହକି ଇଣ୍ଡିଆ ପଠାଇଥିବା ଖେଳାଳି ପୁରସ୍କାର ହକଦାର ହେବେ । କମିଟି ଯଦି ପ୍ରକୃତରେ ନିରପେକ୍ଷ ବିଚାର କରେ ତାହାହେଲେ ହୁଏତ ଓଡିଶା ଖେଳାଳିଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ । ଏବେ କେବଳ ସମୟକୁ ଅପେକ୍ଷା ।
BREAKING NEWS
- ପଞ୍ଜାବ ଯିବେ ହାର୍ଦ୍ଦିକ, ମୁମ୍ବାଇ ଆସିବେ ଅର୍ଶଦୀପ
- ୬୬ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ, ବେପାରୀ ଫେରାରା
- ଅସୁସ୍ଥ କି ବିଗ୍ ବି ଅମିତାଭ ବଚ୍ଚନ; ଅଧାରେ ଅଟକିଲା KBC…
- ୩୦ ଲକ୍ଷ ଦୀପରେ ଝଲସିଲା ରାମ ନଗରୀ
- Cuttack Kali Puja: କାଳୀପୂଜାରେ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ;ଏପଟେ ବେଆଇନ ବାଣ ବ୍ୟବସାୟ ଉପରେ ଚଢ଼ାଉ
- ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି :ସ୍ୱସ୍ତିକ ସାମଲ ହେଲେ ଓଡ଼ିଶା ଦଳର ଅଧିନାୟକ
- ଧନତେରସରେ ରେକର୍ଡ ସୃଷ୍ଟି କଲା ସୁନା-ରୂପା ମୁଦ୍ରା ବିକ୍ରି, ପ୍ରତି ଘଣ୍ଟାରେ ବିକ୍ରି ହେଲା ଏତିକି…
- ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା
- ଦୀପାବଳି ପୂର୍ବରୁ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଲା ଦିଲ୍ଲୀ
- ନ୍ୟୁଜିଲାଣ୍ଡର ନାମରେ ରଚିହେଲା ଅଲୋଡ଼ା ରେକର୍ଡ, ବିରାଟ ଭାଙ୍ଗିଲେ ପଣ୍ଟିଂଙ୍କ ୱାର୍ଲ୍ଡ ରେକର୍ଡ!
Comments are closed.