Latest Odisha News

ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍

ବ୍ରିସବେନ: ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍ । ଶ୍ରୀଲଙ୍କା ଏବଂ ନାମିବ୍ୟା ମଧ୍ୟରେ ପ୍ରଥମ ମ୍ୟାଚ ଆଜି ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରୁଛି ନାମିବ୍ୟା । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ  ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି ଷ୍ଟାଡିୟମରେ ଖେଳ ହେବ । ସବୁ ଟିମର ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଁଚି ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି । ଭାରତୀୟ ଖେଳାଳି ମାନେ ସେଠାରେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବା ପରେ ପାକିସ୍ତାନ ମ୍ୟାଚ ପାଇଁ ଅଭ୍ୟାସ ଜାରି ରଖିଛନ୍ତି ।

BjdElectrycity

ଆଜିଠୁ ପ୍ରଥମ ରାଉଣ୍ଡ ମ୍ୟାଚ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ ।  ପୂର୍ବରୁ ଖେଳାଯାଇଥିବା ୭ଟି ଟି-୨୦ ବିଶ୍ୱକପରୁ ୨୦୦୭ରେ ଭାରତ ପ୍ରଥମ ଟୁର୍ଣ୍ଣାମେଂଟରେ ବିଜୟୀ ହୋଇଥିଲା । ୱେଷ୍ଟ ଇଣ୍ଡିଜ ଦୁଇଥର ବିଜୟୀ ହୋଇଥିବା ବେଳେ ଭାରତ ସମେତ ପାକିସ୍ଥାନ, ଇଂଲଣ୍ଡ, ଆଷ୍ଟ୍ରେଲିଆ, ଶ୍ରିଲଙ୍କା ଥରଟେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।

 ଅଷ୍ଟ୍ରେଲିଆ,ଇଂଲଣ୍ଡ, ଭାରତ, ପାକିସ୍ଥାନ ଏଥର ଫାଇନାଲକୁ ଯିବାକୁ ନେଇ ଖେଳ ପ୍ରଶଂସକମାନେ ଆଶା ରଖିଛନ୍ତି ।

Leave A Reply

Your email address will not be published.