Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଖେଳିପାରିବେ କୋଭିଡ ପଜିଟିଭ ଖେଳାଳି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଆଇସିସି କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରିଦେଇଛି । ଏପରିକି କୋଭିଡ ୧୯ ପଜିଟିଭ ଖେଳାଳିଙ୍କୁ ମଧ୍ୟ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦିଆଯିବ । ସଂକ୍ରମିତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯିବନି । ତେବେ ଏଥିପାଇଁ ଡାକ୍ତରଙ୍କ ଅନୁମତି ଆଣିବାକୁ ପଡିବ । ପଜିଟିଭ ଖେଳାଳିଙ୍କୁ ଅନୁମତି ନ ମିଳିଲେ ଦଳରେ ବଦଳ ଖେଳାଳି ସାମିଲ ହୋଇପାରିବେ । ନେଗେଟିଭ ରିପୋର୍ଟ ଆସିବା ପରେ ପୁନର୍ବାର ଉକ୍ତ ଖେଳାଳି ଖେଳିପାରିବେ । ଡାକ୍ତର, ଦଳ ପ୍ରବନ୍ଧକ ଏ ନେଇ ନିଷ୍ପତି ନେବେ ।

ଅକ୍ଟୋବର ୧୬ରୁ ପ୍ରଥମ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଯାଇଛି । ଏଥିରୁ ୪ଟିମ ଚୟନ ହେବା ପରେ ୨୨ରୁ ସୁପର ୧୨ ମୁକାବିଲା ଆରମ୍ଭ ହେବ । ଶ୍ରୀଲଙ୍କାକୁ ହରାଇ ନାମ୍ବିଆ ବିଶ୍ୱକପରେ ପ୍ରଥମ ବିପର୍ଯ୍ୟୟ ସୃଷ୍ଟି କରିଛି ।

Leave A Reply

Your email address will not be published.