Latest Odisha News

BREAKING NEWS

୨୦୨୨ ମହିଳା ବିଶ୍ୱକପ କ୍ରିକେଟ: ମିତାଲୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ପାଇଁ ମିତାଲି ରାଜଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ହରମନପ୍ରୀତ କୌରଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଜେମିମା ରୋଡ୍ରିଗ୍ୟୁସ, ଶିଖା ପାଣ୍ଡେ, ରାଧା ଯାଦବ ଓ ବେଦା କ୍ରିଷ୍ଣାମୂର୍ତିଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ଭାରତ ୬ ମାର୍ଚ୍ଚରେ ତାର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ । ଏହା ପରେ ୧୦ରେ ନ୍ୟୁଜିଲାଣ୍ଡ, ୧୨ରେ ୱେଷ୍ଟଇଣ୍ଡିଜ, ୧୬ରେ ଇଂଲଣ୍ଡ, ୧୯ରେ ଅଷ୍ଟ୍ରେଲିଆ, ୨୨ରେ ବାଂଲାଦେଶ ଓ ୨୭ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ବିଶ୍ୱକପ ପୂର୍ବରୁ ଭାରତ ସେଠାରେ ନ୍ୟୁଜିଲାଣ୍ଡ ସହ ଦିନିକିଆ ସିରିଜ ଖେଳିବ ।

ଭାରତୀୟ ଟିମ: ମିତାଲୀ ରାଜ (ଅଧିନାୟକ), ହରମନପ୍ରୀତ କୌର (ଉପ ଅଧିନାୟକ), ସ୍ମୃତି ମାନ୍ଧନା, ଶେଫାଳୀ ବର୍ମା, ୟାସ୍ତିକା ଭାଟିୟା, ଦୀପ୍ତି ଶର୍ମା, ଋଚା ଘୋଷ, ସ୍ନେହ ରାଣା, ଝୁଲଣ ଗୋସ୍ୱାମୀ, ପୂଜା ବସ୍ତ୍ରକାର, ମେଘନା ସିଂ, ରେଣୁକା ସିଂ, ତାନିୟା ଭାଟିୟା, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ ।
ଷ୍ଟାଣ୍ଡବାଇ ଖେଳାଳି: ସବନେନୀ ମେଘନା, ଏକତା ବିଶ୍ଟ, ସିମ୍ରନ ଦିଲ ବାହାଦୂର ।

Leave A Reply

Your email address will not be published.