Latest Odisha News

BREAKING NEWS

ଚୂଡାନ୍ତ ହେଲା କେଉଁଠାରେ ଖେଳାଯିବ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ

ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ପୂର୍ବରୁ ଏହା ଲର୍ଡସରେ ଖେଳାଯିବ ବୋଲି ସ୍ଥିର ହୋଇଥିବା ବେଳେ ଆଇସିସି ଭେନ୍ୟୁ ପରିବର୍ତନ କରିଛି । ଏବେ ଏହା ସାଉଥାମ୍ପଟନର ହ୍ୟାମ୍ପଶାୟର ବାଓଲରେ ଖେଳାଯିବ । ଆଇସିସି ଏବଂ ଇସିବି ଫାଇନାଲ କେଉଁଠାରେ ଖେଳାଯିବ ସେ ନେଇ ଆଲୋଚନା କରିବା ପରେ ଉପରୋକ୍ତ ଭେନ୍ୟୁ ଚୂଡାନ୍ତ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୩-୧ରେ ଜିତି ଭାରତ ଫାଇନାଲରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଆଗୁଆ ଫାଇନାଲରେ ପ୍ରବେଶ କରି ସାରିଥିଲା ।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ଭାରତ ୬ ସିରିଜରେ ୧୭ ମ୍ୟାଚ ଖେଳିଛି । ଏହା ମଧ୍ୟରୁ ୧୨ରେ ବିଜୟ ହାସଲ କରିଥିବା ବେଳେ ୪ରେ ପରାଜୟ ଏବଂ ଗୋଟିଏ ମ୍ୟାଚ ଡ୍ର ରହିଛି । ଅପରପକ୍ଷରେ ନ୍ୟୁଜିଲାଣ୍ଡ ସମୁଦାୟ ୫ ସିରିଜ ଖେଳିଛି । ଓଭରାଲ ୧୧ ମ୍ୟାଚରୁ କିୱି ଦଳ ୭ରେ ଜିତିଥିବା ବେଳେ ୪ଟିରେ ପରାଜିତ ହୋଇଥିଲେ ।

Leave A Reply

Your email address will not be published.