ଭୁବନେଶ୍ବର: ଆପଣମାନେ ଆଇସ୍ ଫେସିଆଲ ବିଷୟରେ ଶୁଣିଥିବେ । ତେବେ ଆଜିକାଲି ଏହା ଏତେ ଟ୍ରେଣ୍ଡରେ କାହିଁକି ଅଛି ଜାଣିଛନ୍ତି କି? ଆଜ୍ଞା ଏହି ଆଇସ୍ ଫେସିଆଲ ସାହାଯ୍ୟରେ ସ୍କିନର ପୋର୍ସରେ ଲୁଚି ରହିଥିବା ମଇଳା ସଫା କରିବା ସହଜ ହୋଇଥାଏ । ତ୍ୱଚାରେ ଚମକ ପାଇବା ପାଇଁ ଅଧିକାଂଶ ଲୋକ ଏହି ସ୍କିନ୍ କେୟାର୍ ଟ୍ରିଟମେଣ୍ଟ କରନ୍ତି । ଘରେ ଆପଣ ଅତି ସହଜରେ ଏହି ଫେସିଆଲ କରି ପରିବେ ।
ଏହି ଆଇସ୍ ଫେସିଆଲ ପାଇଁ ଆପଣଙ୍କୁ ବରଫ କ୍ୟୁବ୍/ ଖଣ୍ଡ ଆବଶ୍ୟକ ଓ ଏକ ସୂତା କପଡା ଦରକାର । ପ୍ରଥମେ ମୁହଁକୁ ଭଲ ଭାବରେ ସଫା କରନ୍ତୁ । ଏହାପରେ ବରଫ ଖଣ୍ଡକୁ ଏକ ସୂତା କପଡ଼ାରେ ଗୁଡ଼ାଇ ସ୍କିନରେ ଧୀରେ ଧୀରେ ଲଗାନ୍ତୁ । ଆପଣ ଏହାକୁ ୫-୧୦ ମିନିଟ୍ ପର୍ଯ୍ୟନ୍ତ କରିପାରିବେ । କେବେ ବି ତ୍ବଚା ଉପରେ ସିଧାସଳଖ ବରଫ ପ୍ରୟୋଗ କରବେ ନାହିଁ ।
ଲାଭ
-ଆଇସ୍ ଫେସିଆଲରେ, ବରଫର ଥଣ୍ଡା ପ୍ରଭାବ ଯୋଗୁଁ ଚର୍ମର କୁଞ୍ଚନକୁ ହ୍ରାସ ପାଏ । ଏହା ଏକ ପ୍ରାକୃତିକ ଆଣ୍ଟି-ଏଜିଙ୍ଗ୍ ଭାବରେ କାମ କରିଥାଏ ।
-ପୋର୍ସକୁ ସଙ୍କୁଚିତ କରେ ଏବଂ ଚର୍ମର ମଇଳା ବାହାର କରିଥାଏ । ଫଳରେ ଚେହେରାକୁ ସଫା ରଖିବାରେ ସାହାଯ୍ୟ କରେ । ଏହାସହ ଆଇସ୍ ଫେସିଆଲ୍ ସ୍କିନରେ ରକ୍ତ ପ୍ରବାହକୁ ଉନ୍ନତ କରେ । ଯାହାଫଳରେ ଅମ୍ଳଜାନ ସ୍କିନ ଦ୍ୱାରା ସଠିକ୍ ଭାବରେ ଶୋଷିତ ହୁଏ । ଏହା ସ୍କିନକୁ ଏକ ପ୍ରାକୃତିକ ଚମକ ଦେଇଥାଏ ଓ ପ୍ରେସ ଲୁକ୍ ମିଳେ ।
-ସେହିପରି ଷ୍ଟ୍ରେସରେ ଅଛନ୍ତି କିମ୍ବା ଦୀର୍ଘ ଘଣ୍ଟା ଧରି କାମ କରୁଛନ୍ତି, ତେବେ ଆଇସ୍ ଫେସିଆଲ ଆପଣଙ୍କ ଥକ୍କାପଣକୁ ହ୍ରାସ କରେ ।
-ଆଇସ୍ ଫେସିଆଲ ସମୟରେ ବରଫ ସ୍କିନକୁ ଥଣ୍ଡା ରଖିଥାଏ । ବ୍ରଣ ସମସ୍ୟା ଥିଲେ ଏହା ବିଶେଷ ଲାଭ ମିଳେ ।
Comments are closed.