Latest Odisha News

ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା !

ମୁମ୍ବାଇ: ଲକ୍‌-ଡାଉନରେ ସୋନାକ୍ଷୀଙ୍କ ଗୁଡଲକ୍ ବି ଡାଉନ୍ ରହିଛି । ପ୍ରଥମେ ମୁକେଶ ଖାନ୍ନା ଆଉ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟ୍ ତାଙ୍କୁ ବିବାଦକୁ ଟାଣିଆଣିଛି ।

ତାଲା ବନ୍ଦରେ ସୋନାକ୍ଷୀ ସିହ୍ନା ସୁଟିଂ କରିବା ନେଇ ନିର୍ଦ୍ଦେଶକ ବିବେକ ଅଗ୍ନୀହୋତ୍ରୀ ଏକ ଟୁଇଟ୍ କରିଥିଲେ । ଜବାବରେ ସୋନାକ୍ଷୀ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ସିଏମଙ୍କୁ ଟ୍ୟାଗ କରି ଏକ ଟୁଇଟ୍ ଜରିଆରେ ମିଥ୍ୟା ଗୁଜବ ବନ୍ଦ କରିବା ପାଇଁ ଉପାୟ ପଚାରିଥିଲେ ।

ପରେ ଫଟୋଟି ନଭେମ୍ବର ୫, ୨୦୧୯ର ବୋଲି ସ୍ପଷ୍ଟ କରିବା ସହ ଜଣେ ନିର୍ଦ୍ଦେଶକ ଭାବେ ଲକ୍‌-ଡାଉନରେ ସବୁ ସୁଟିଂ ବନ୍ଦ ହୋଇଥିବା ଜାଣି ସୁଦ୍ଧା ଏପରି କେମିତି କଲେ ବୋଲି ପ୍ରଶ୍ନ ପଚାରିଥିଲେ ସୋନାକ୍ଷୀ ।

ଅନ୍ୟପଟେ ବିବେକଙ୍କ ସଫେଇ ଥିଲା ସେ ସୋନାକ୍ଷୀଙ୍କୁ ନୁହେଁ ବରଂ ସେହି ଫଟୋକୁ ଭୁଲ ସମୟରେ ପବ୍ଲିସ୍ କରିଥିବା ପତ୍ରିକାକୁ ସମାଲୋଚନା କରିଥିଲେ ।

ହେଲେ ବିବେକଙ୍କ ସଫେଇ ସୋନାକ୍ଷୀଙ୍କୁ ଶାନ୍ତ କରିପାରିନଥିଲା । ପାଲଟା ଜବାବରେ ସେ କହିଥିଲେ କାହାକୁ ସମାଲୋଚନା କରିବାକୁ ହେଲେ ତାକୁ ଟ୍ୟାଗ୍ କରନ୍ତୁ । ଅନ୍ୟ କାହାକୁ ଟ୍ୟାଗ୍ କରି ଆପଣ ମନ ମୁତାବକ କାହାକୁ ସମାଲୋଚନା କରିପାରିବେ ନାହିଁ ।

କିଛି ଦିନ ପୂର୍ବରୁ ରାମାୟଣକୁ ନେଇ ମୁକେଶ ଖାନ୍ନା ସୋନାକ୍ଷୀଙ୍କୁ ଟ୍ରୋଲ୍ କରିଥିଲାବେଳେ ଏବେ ବିବେକଙ୍କୁ ନେଇ ସୋନାକ୍ଷୀ ଖପ୍ପା ଅଛନ୍ତି ।

Leave A Reply

Your email address will not be published.