Latest Odisha News

ଚାହା କିମ୍ବା କଫି ପିଉଥିଲେ ସାବଧାନ, ଚେତାବନୀ ଦେଲା ଆଇସିଏମ୍ଆର

ନୂଆଦିଲ୍ଲୀ: ସକାଳୁ ନିଦରୁ ଉଠିବା ପରେ ଅଧିକାଂଶ ଲୋକ କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରିଥାନ୍ତି । ଆଉ ସେସବୁରୁ ଟିକିଏ ଆରାମ ପାଇବାକୁ ସାଧାରଣତଃ କଫି କିମ୍ବା ଚାହା ପିଥାଆନ୍ତି । ଏହାକୁ ପିଇବା ମାତ୍ରେ ବହୁତ ଲୋକ ସତେଜ ଅନୁଭବ କରନ୍ତି ବୋଲି କହିଥାନ୍ତି । ଏମିତି ବି ଲୋକ ଅଛନ୍ତି, ଯେଉଁମାନଙ୍କର କଫି କିମ୍ବା ଚାହା ବିନା ସେମାନଙ୍କ ମୁଡ୍ ଅଫ୍ ହୋଇଯାଏ । ଆଉ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଦିନ ସାରା ଏସବୁ ପିଇଥାଆନ୍ତି । ସବୁବେଳେ ଚାହା କିମ୍ବା କଫି ପିଇବା ବିପଜ୍ଜନକ ପ୍ରମାଣିତ ହୋଇପାରେ । ତେବେ କେଉଁ ସମୟରେ ଚାହା ଏବଂ କଫି ପିଇବା ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ ଏନେଇ ଏକ ରିପୋର୍ଟ ଜାରି କରିଛୀ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ।

ସବୁବେଳେ ଚାହା ଏବଂ କଫି ପିଉଥିବା ଲୋକଙ୍କୁ ଏସବୁର ବ୍ୟବହାର କମ୍ କରିବାକୁ ନିର୍ଦ୍ଦେଶ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍) । ନିକଟରେ ଭାରତୀୟଙ୍କ ପାଇଁ ୧୭ ଟି ଖାଦ୍ୟପେୟର ନିର୍ଦ୍ଦେଶାବଳୀ ଜାରି କରି ଏକ ସୁସ୍ଥ ତଥା ବିବିଧ ଖାଦ୍ୟ ଖାଇବା ସହ ନିରାମୟ ଜୀବନଯାପନ ପାଇଁ ଗାଇଡଲାଇନ ଜାରି କରିଥିଲା ଆଇସିଏମଆର୍ । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (ଏନଆଇଏନ) ସହ ରିସର୍ଚ୍ଚ କରି ଏହା ରିପୋର୍ଟ ପ୍ରକାଶ କରିଛି ଆଇସିଏମଆର୍ । ଉକ୍ତ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ, ଚାହା ଓ କଫି ଉଭୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତେଣୁ ଚାହା ଓ କଫିକୁ ଯେତେ କମ ପିଇବା ସେତେ ସୁସ୍ଥ ରହିବା ବୋଲି ନିଜ ରିସର୍ଚ୍ଚରେ ସ୍ପଷ୍ଟ କରିଛି ଆଇସିଏମଆର୍ ।

ରିସର୍ଚ୍ଚ ଅନୁସାରେମ ଚାହା ଏବଂ କଫିରେ ଅଧିକ ପରିମାଣର କ୍ୟାଫେନ୍ ଥାଏ। ଯାହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଉତ୍ସାହିତ କରିଥାଏ ଏବଂ ଶରୀରରେ ଉତ୍ତେଜନା ସୃଷ୍ଟି କରିଥାଏ । ଯଦିଓ ସେ ଲୋକଙ୍କୁ ଚାହା କିମ୍ବା କଫିରୁ ସମ୍ପୂର୍ଣ୍ଣରୂପେ ଦୂରେଇ ରହିବାକୁ କହି ନାହାଁନ୍ତି, ତଥାପି ସେ ଏହି ପାନୀୟରେ ଥିବା କ୍ୟାଫେନ୍ ପଦାର୍ଥ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ଗୋଟିଏ କପ୍ ଅର୍ଥାତ୍ ୧୫୦ ମିଲି ବ୍ରେଡ୍ କଫିରେ ୮୦-୧୨୦ ମିଗ୍ରା କ୍ୟାଫେନ୍ ଥାଏ । ସମାନ ପରିମାଣର କଫିରେ ୫୦-୬୫ ମିଗ୍ରା କଫିନ୍ ଥାଏ ଏବଂ ଚାରେ ୩୦-୬୫ ମିଗ୍ରା କଫିନ୍ ଥାଏ । ଏଣୁ ଚା ’ଏବଂ କଫି ବ୍ୟବହାରରେ କ୍ୟାଫେନ୍ ଗ୍ରହଣର ସୀମା (୩୦୦mg / day) ରୁ ଅଧିକ ନରଖିବାକୁ କୁହାଯାଇଛି ।

Comments are closed.