ନୂଆଦିଲ୍ଲୀ: ବାହାରେ ପାନ କିମ୍ବା ଗୁଟଖା ଛେପ ନପକାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ଇଣ୍ଡିଆନ କାଉନସିଲ୍ ଅଫ ମେଡ଼ିକାଲ୍ ରିସର୍ଚ୍ଚ (ଆଇସିଏମଆର) ।
ଦେଶର ଏହି ଅଗ୍ରଣୀ ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ସୂଚନା ଦେଇ କହିଛି ଯେ, ପାନ, ଗୁଟକା ପରି ତମ୍ବାଖୁ ଦ୍ରବ୍ୟ ତଥା ଗୁଆ ଖାଇବା ଦ୍ୱାରା ପାଟିରୁ ଅଧିକ ମାତ୍ରାରେ ଲାଳ ନିର୍ଗତ ହୋଇଥାଏ । ଯାହାଦ୍ୱାରା କି ବାରମ୍ବାର ଛେପ ପକାଇବାକୁ ପଡ଼ିଥାଏ ।
“ସର୍ବସାଧାରଣରେ ଏହିପରି ଛେପ ପକାଇବା ଦ୍ୱାରା କୋଭିଡ୍-୧୯ ଭୂତାଣୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ।” ଏହା କହିଛି ଆଇସିଏମଆର । ଏବେ କରୋନା ମହାମାରୀ ସବୁଆଡ଼େ ବ୍ୟାପି ଚାଲିଥିବା ବେଳେ ବାହାରେ ଛେପ ନପକାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛି ଆଇସିଏମଆର ।
Comments are closed.