Latest Odisha News

BREAKING NEWS

ଡେଲ୍ଟାକୁ ରୋକିବ ଡବଲ ଡୋଜ୍

ନୂଆଦିଲ୍ଲୀ : ଡେଲ୍ଟାକୁ ରୋକିବ ଡବଲ ଡୋଜ୍ । ଟିକା ନେଇଥିଲେ କ୍ଷତି କରିପାରିବନି ଡେଲଟା ଭ୍ୟାରିଆଣ୍ଟ । ଆଇସିଏମଆର ଦ୍ବାରା ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏଭଳି ଆଶ୍ବସ୍ତିକର ତଥ୍ୟ ସାମ୍ନାକୁ ଆସିଛି । ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡାକ୍ତର ଭି.କେ ପାଲ୍ କହିଛନ୍ତି ଦୁଇଟି ଡୋଜ୍ ଟିକା ନେଇ ଡେଲଟା ବିପଦ ନାହିଁ । ସେମାନଙ୍କର ମୃତ୍ୟୁ ସମ୍ଭାବନା ମଧ୍ୟ କମ୍ ।

ରିପୋର୍ଟରୁ ଜଣାପଡିଛି ଯେ, ଟିକା ନେଇଥିବା ବ୍ୟକ୍ତି ଡେଲଟା ଠାରୁ ୯୫ ପ୍ରତିଶତ ସୁରକ୍ଷିତ । ଆଇସିଏମଆର ପକ୍ଷରୁ ତାମିଲନାଡୁର ୧ ଲକ୍ଷରୁ ଅଧିକ ପୋଲିସ କର୍ମଚାରୀଙ୍କ ଉପରେ ଏହି ସର୍ଭେ ହୋଇଥିଲା । ତାମିଲନାଡୁରେ କରୋନାର ଡେଲଟାର ଅଧିକ ପ୍ରଭାବ ରହିଥିଲା । ୧ ଲକ୍ଷ ୧୭ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ସର୍ଭେରେ ସାମିଲ କରାଯାଇଥିଲା । ରିପୋର୍ଟ ଅନୁସାରେ ହଜାରେ ଜଣରେ ୧.୧୭ ଜଣଙ୍କର ମୃତ୍ୟୁ ହୋଇଛି । ଡବଲ୍ ଡୋଜ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହାର ୦.୬ ପ୍ରତିଶତ ।

Leave A Reply

Your email address will not be published.