Latest Odisha News

ଡାଲି କରିବାର ସଠିକ ପ୍ରଣାଳୀ କହିଲା ଆଇସିଏମଆର୍

ନୂଆଦିଲ୍ଲୀ: ଡାଲି ଭାରତୀୟ ଖାଦ୍ୟରେ ଏକ ମହତ୍ଵପୂର୍ଣ୍ଣ ଅଂଶ । ପ୍ରୋଟିନ ଏବଂ ପୋଷକ ତତ୍ତ୍ଵରେ ଭରପୁର ଏହି ଡାଲିକୁ ଲୋକେ ଭିନ୍ନ ଭିନ୍ନ ପ୍ରଣାଳୀରେ ରୋଷେଇ କରି ଖାଆନ୍ତି । ଅର୍ଥାତ୍ ଭାରତର ଭିନ୍ନ ଭିନ୍ନ କୋଣରେ ଡାଲି ରୋଷେଇ କରିବାର ଏବଂ ଖାଇବାର ପ୍ରଣାଳୀ ସମ୍ପୁର୍ଣ୍ଣ ଅଲଗା । ଏହାରିଭିତରେ ଆଇସିଏମଆରର ନୂତନ ଗାଇଡଲାଇନ ପ୍ରକାଶ ପାଇଛି । ଯେଉଁଥିରେ ଆଇସିଏମଆର ଡାଲି ରାନ୍ଧିବାର ସଠିକ୍ ପ୍ରଣାଳୀ ବିଷୟରେ କହିଛି ।

ଆଇସିଏମଆରର କହିବା ଅନୁସାରେ, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଡାଲି ରାନ୍ଧିବାର ପ୍ରଣାଳୀରେ ଭୁଲ କରୁଛନ୍ତି । ଅର୍ଥାତ୍ ଭୁଲ ପ୍ରଣାଳୀରେ ଡାଲି ରୋଷେଇ କରୁଛନ୍ତି । ଯେପରିକି ଡାଲି ରାନ୍ଧିବା ପୂର୍ବରୁ ତାକୁ କିଛି ସମୟ ପାଣିରେ ବତୁରେଇବା ।କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡାଲିକୁ ଜଲ୍ଦି ରୋଷେଇ କରିବା ପାଇଁ ପ୍ରେସର କୁକରର ବ୍ୟବହାର କରିଥାଆନ୍ତି । ଯେଉଁଥିପାଇଁ ଡାଲି କେବେ କେବେ ବହଳିଆ ହୋଇଯାଏ ତ କେବେ କେବେ ପାଣିଆ । ବେଳେ ବେଳେ ଦେଖାଯାଏ ଯେ ଡାଲିକୁ କୁକରରେ ବସେଇବା ପରେ ମଧ୍ୟ ଡାଲି ଭଲରେ ସିଝି ନଥାଏ । ଆଇସିଏମଆର କହିଛି ଯେ, ଡାଟି ରାନ୍ଧିବାର ଏହି ଭୁଲ ପ୍ରଣାଳୀ ଦ୍ଵାରା ଡାଲିରେ ଥିବା ପୋଷକ ତତ୍ତ୍ଵ ନଷ୍ଟ ହୋଇଯାଏ । ତେଣୁ ଏହାକୁ ଏପରି ରାନ୍ଧନ୍ତୁ ଯେପରିକି ଏଥିରେ ଥବା ପୋଷକ ତତ୍ତ୍ବ ଶରିରକୁ ମିଳିପାରିବ ।

ଆଇସିଏମଆରର ଅନୁସାରେ, ଡାଲି ରାନ୍ଧିବାକୁ ଏହାକୁ ଭଲଭାବନେ ସିଝାନ୍ତୁ ଏବଂ ପ୍ରେସର କୁକରର ବ୍ୟବହାର କରନ୍ତୁ । ଯଦ୍ଵାରା ଏହାର ଗୁଣାବତ୍ତା ବଜାୟ ରହିବ । କିନ୍ତୁ ଡାଲି ରାନ୍ଧିବା ପୂର୍ବରୁ ଏହାକୁ ବତୁରାନ୍ତୁ ନାହିଁ । ପ୍ରେସର କୁକରରେ ଡାଲି ରାନ୍ଧିବା ପୂର୍ବରୁ ଏହା ମାପ କରି ସେହି ଅନୁସାରେ ପାଣି ଦିଅନ୍ତୁ । ତେବେ ମନେରଖନ୍ତୁ ଆବଶ୍ୟକତା ଠାରୁ ଅଧିକ ଡାଲିକୁ ସିଝାନ୍ତୁ ନାହିଁ । କାରଣ ଭୁଲ ପ୍ରଣାଳୀରେ ଡାଲି ରାନ୍ଧିବା ଦ୍ଵାରା ଏଥିରେ ଥିବା ଫାଇଟିକ୍ ଏସିଡ୍, କ୍ୟାଲସିୟମ, ମ୍ୟାଗ୍ନେଶିୟମ, ଜିଙ୍କ୍, ଏବଂ ଆଇରନ୍ ପରି ମିନେରାଲ ମିଳିପାରେ ନାହିଁ ।

Comments are closed.