Latest Odisha News

BREAKING NEWS

ଇସ୍ରାଏଲର ବଡ ଆକ୍ରମଣ: ହମାସ ଅସ୍ତ୍ରାଗାର କବ୍ଜା, ଆଣ୍ଟି ଟ୍ୟାଙ୍କ ମିସାଇଲ ୟୁନିଟ କମାଣ୍ଡର ନିହତ

ନୂଆଦିଲ୍ଲୀ:ଗାଜାପଟ୍ଟିର ଉତ୍ତର ଇଲାକାକୁ ଇସ୍ରାଏଲ ସେନା ପୁରା ମାତ୍ରାରେ ନିଜ କବଜାକୁ ନେଇ ଯାଇଛନ୍ତି । ଇସ୍ରାଏଲ ସେନା ଗାଜା ସହରରେ ପ୍ରବେଶ କରିବା ପୂର୍ବରୁ ବହୁସଂଖ୍ୟାରେ ପାଲେଷ୍ଟଇନି ଦକ୍ଷିଣ ଗାଜାକୁ ପଳାଇ ଯାଇଥିଲେ ।ଗୋଟିଏ ଦନରେ ୫୦ ହଜାର ପାଲେଷ୍ଟାଇନି ଦକ୍ଷିଣ ଗାଜାକୁ ପଳାଇଥିଲେ। ଏପଟେ ଇସ୍ରାଏଲ ଲଗାତାର ହମାସର ଆଡ୍ଡାସ୍ଥଳୀ ଉପରେ ଆକ୍ରମଣ କରୁଛି । ଏବେ ଇସ୍ରାଏଲ ହମାସର କୁଖ୍ୟାତ ଏବଂ ଟପ ଲିଡରଙ୍କୁ ଟାର୍ଗେଟ କରଛି ।ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ବଡ କମାଣ୍ଡର ଏବଂ ଏକ ହଜାରରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଇସ୍ରାଏଲ ଦାବି କରିଛି ।

ଏଥର ଇସ୍ରାଏଲ ସେନା ହମାସର ଆଣ୍ଟି ଟ୍ୟାଙ୍କ ମିସାଇଲ ୟୁନିଟର ମୁଖ୍ୟଙ୍କୁ ନିପାତ କରିଛି । ଆଇଡିଏଫର ସୂଚନା ଅନୁସାରେ, ସେଣ୍ଟ୍ରାଲ କ୍ୟାମ୍ପ ବ୍ରିଗେଡ ହମାସର ଇବ୍ରାହିମ ଅବୁ-ମଘସିବଙ୍କୁ ଆଇଏସଏ ଏବଂ ଆଇଡିଏଫର ଗୋଇନ୍ଦା ତଥ୍ୟ ଆଧାରରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏଥିସହିତ ଡ୍ରୋନ ପ୍ଲାଣ୍ଟ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଅବୁ-ମଜାସିବ ଇସ୍ରାଏଲ ନାଗରିକ ଏବଂ ଆଇଡିଏଫ ଉପରେ ଅନେକ ଆକ୍ରମଣ କରିଥିଲେ ।

ସୂଚନାଥାଉ କି, ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କୀ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୧୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ୨୪୦ରୁ ଅଧିକ ଲୋକଙ୍କୁ ହମାସ ବନ୍ଧକ କରି ନେଇଥିଲେ । ଏହାପରେ ଇସ୍ରାଏଲ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା ।

 

Leave A Reply

Your email address will not be published.