Latest Odisha News

BREAKING NEWS

ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଆହତ

ବିଜାପୁର: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ବିସ୍ଫୋରଣରେ ପିକଅପ୍ ଡ୍ରାଇଭର୍ ସମେତ ୨ ଯବାନ ଆହତ। କୁମ୍ବିଂ ଅପରେସନ୍ ସାରି ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ନକ୍ସଲମାନେ ବିଜାପୁରର ଭୋପାଳପାଟନମ୍ ଅଞ୍ଚଳରେ ଏହି କାଣ୍ଡ ଘଟାଇଛନ୍ତି।

ନକ୍ସଲ ଅପରେସନରୁ ଫେରୁଥିବା ସମୟରେ, ଗୋର୍ଲା ନାଲା ନିକଟସ୍ଥ ମୁଖ୍ୟ ରାସ୍ତାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣର ଶିକାର ହୋଇଥିଲା ଯବାନ ଭର୍ତ୍ତି ଏସଟିଏଫ ଗାଡି। ଏଏସ୍ପି ଚନ୍ଦ୍ରକାନ୍ତ ଗୋବର୍ଣ୍ଣ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି।

ଆହତ ଯବାନ ଏବଂ ଡ୍ରାଇଭରଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପରେ, ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି। ଉଭୟ ସୈନିକଙ୍କ ଅବସ୍ଥା ବିପଦମୁକ୍ତ ଏବଂ ସ୍ୱାଭାବିକ ବୋଲି କୁହାଯାଉଛି। ସୁରକ୍ଷା ବାହିନୀର କର୍ମଚାରୀମାନେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।

Comments are closed.