Latest Odisha News

BREAKING NEWS

‘ଛାତ୍ରଛାତ୍ରୀ ଶିକ୍ଷିତ ଓ କର୍ମଯୋଗୀ ହେଲେ ଦେଶର ବିକାଶ ହେବ’

ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷାରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷାରେ ଜ୍ଞାନଯୋଗୀ, କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ବାର୍ଷିକ ବକ୍ତୃତାମାଳା ପ୍ରଦାନ ନିମନ୍ତେ ଆସିଥିବା ବିଶିଷ୍ଟ ଧର୍ମଗୁରୁ ଶିକ୍ଷାବିତ୍‌,କବି,ସାହିତ୍ୟିକ,ସଂଳାପ ଲେଖକ ଓ ଗାୟକ ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ନିଜର ଅଭିଭାଷଣ ଦେବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶିକ୍ଷା ଓ ଅନୁସନ୍ଧାନ ନାମର ମହତ୍ୱ ବୁଝାଇଥିଲେ ।

ଛାତ୍ରଛାତ୍ରୀମାନେ ଶିକ୍ଷିତ ଏବଂ କର୍ମଯୋଗରେ ଦୀକ୍ଷିତ ହେଲେ ହିଁ ବିଦ୍ୟାର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଜଗଦ୍‌ଗୁରୁ କହିଥିଲେ । ତେବେ ଛାତ୍ରଛାତ୍ରୀମାନେ ନିଜ କର୍ମକୁ ହିଁ ପୂଜା କରିବା ଉଚିତ୍ । ସେମାନେ ଏଭଳି କାମ କରିବା ଉଚିତ୍ ଯାହାଦ୍ୱାରା କି ଭଗବାନ ପ୍ରସନ୍ନ ହେବେ ଏବଂ ତୁମ କାର୍ଯ୍ୟର ସମ୍ମାନ କରିବେ। ଭଗବାନଙ୍କର ଅର୍ଚ୍ଚନା ନିଜର କର୍ମ ମାଧ୍ୟମରେ କର ଏବଂ ନିଜ କର୍ମର ଫଳ ତାଙ୍କ ଉପରେ ଛାଡି ଦିଅ ବୋଲି ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ। ନିଷ୍ଠାର ସହ କାର୍ଯ୍ୟ କଲେ ହିଁ ସଫଳତା ମିଳିପାରିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାମୀଜୀ କହିଥିଲେ।

ଚିତ୍ରକୁଟରେ ଅବସ୍ଥାପିତ ଚାରିଜଣ ଜଗଦ୍‌ଗୁରୁଙ୍କ ମଧ୍ୟରୁ ଅନ୍ୟତମ ସ୍ୱାମୀ ରାମାନନ୍ଦାଚାର୍ଯ୍ୟ ଙ୍କୁ ୧୯୮୮ ମସିହାରେ ଏହି ପଦବୀରେ ଅଧିଷ୍ଠିତ କରାଯାଇଥିଲା।

ଶିକ୍ଷା ସହ ଭାରତର ବହୁ ପୁରାତନ ଜ୍ଞାନର ସନ୍ଧାନର ପ୍ରଚେଷ୍ଟା କରିବାର ନାମ ହିଁ ଭାରତ ବୋଲି କହିବା ସହ ଭାରତର ସିଦ୍ଧାନ୍ତ ରାଷ୍ଟ୍ରବାଦୀ ନୁହେଁ ବିକାଶବାଦୀ ବୋଲି ସ୍ୱାମୀଜୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ମନ୍ତ୍ର ‘ ସବ୍‌କା ସାଥ, ସବ୍‌କା ବିଶ୍ୱାସ , ସବ୍‌କା ପ୍ରୟାସ ଏବଂ ସବ୍‌କା ବିକାଶ’ କୁ ପାଥେୟ କଲେ ହିଁ ଆମ ଦେଶ ଆଗକୁ ବଢିପାରିବ । ତେଣୁ ଆମ ଯୁବପିଢି ଏକଜୁଟ୍ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗେଇ ଚାଲନ୍ତୁ ବୋଲି ସେ କହିଥିଲେ । ତେବେ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବାକୁ ଯୁବପିଢିଙ୍କୁ ଶିକ୍ଷିତ ହେବା ଦିଗରେ ସ୍ୱାମୀଜୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.