Latest Odisha News

ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ବଣ୍ଟନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିକ୍ଷାନୁଷ୍ଠାନକୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ. ବିବେକ ରେଡ଼ୀ, ମହାନଗର ନିଗମ ଆୟୁକ୍ତ ଜେ. ସୋନାଲ୍‌, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ତଥା ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ତହସିଲ୍‌ଦାର ରବିନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।

ଦେଶବ୍ୟାପି ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ବ ପଟ୍ଟା ନ ଥାଏ । ଓଡ଼ିଶାରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଥିଲା । ଦୀର୍ଘ ବର୍ଷର ଏଭଳି ସମସ୍ୟାକୁ ଦୂର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଥିଲେ ।

ଶିକ୍ଷାନୁଷ୍ଠାନର ଜମି ଉପରେ ନିଜସ୍ବ ପଟ୍ଟା ନ ଥିଲେ ସରକାରୀ ଅନୁଦାନ ମିଳିବାରେ ମଧ୍ୟ ଅସୁବିଧା ହୋଇଥାଏ । ଏଣୁ ସମସ୍ତ ଶିକ୍ଷାନୁଷ୍ଠାନକୁ ପଟ୍ଟା ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଥିବା ଯୋଗୁ ଅତିଥିମାନେ ଧନ୍ୟବାଦ ଦେଇଥିଲେ ।

ଶିକ୍ଷାନୁଷ୍ଠାନଗୁଡ଼ିକ ଜମି ପଟ୍ଟା ପ୍ରଦାନ କରିବା ଦିଗନ୍ତ ଓ ଐତିହାସିକ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ମହାମାୟୀ ମହିଳା ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ ଭଳି ୩ଟି ମହାବିଦ୍ୟାଳୟ ସମେତ ମୁନିସିପାଲ୍‌ ହାଇସ୍କୁଲ ଆଙ୍କୋଲି, ଲାଞ୍ଜିପଲ୍ଲୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସି ବାଳିକା ବିଦ୍ୟାଳୟ ଏବଂ ଭି.ଭି ଗିରି ସରକାରୀ ବାଳିକା ପ୍ରଶିକ୍ଷଣ ବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରାଯାଇଥିଲା ।

ଅନୁଷ୍ଠାନର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀମାନେ ଆସି ଅତିଥିଙ୍କଠାରୁ ପଟ୍ଟା ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ କର୍ପୋରେଟର ଦୁର୍ଗା କୁମାର ଲାୟକ, ସୋନାଲି ଗନ୍ତାୟତ, ଧିରେଶ ସାବତ, ସୁରେନ୍ଦ୍ର ମହାରଣାଙ୍କ ସମେତ ବହୁ କର୍ପୋରେଟର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.