ଭୁବନେଶ୍ୱର: ୨୦୨୬ ଜାନୁଆରୀ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ‘ଇଗ୍ନୋ’ରେ ଆରମ୍ଭ ହେଲା ନାମଲେଖା । ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ୍ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ସୁବିଧା ଉପଲବ୍ଧ ରହିଛି ।
ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି ।
ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବସାଇଟ www.ignou.ac.in କିମ୍ବା http://ignouadmission.samarth.edu.in ମାଧ୍ୟମରେ ଯୋଗାଯୋଗ କରିପାରିବେ । ଏହା ସହିତ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହ ଇ-ମେଲ rcbhubaneswar@ignou.ac.in ଏବଂ admissionrc21@ignou.ac.in ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ ।
ଯୋଗାଯୋଗ ପାଇଁ ଫୋନ୍ ନମ୍ବର ୦୬୭୪–୨୯୭୧୦୭୧ କିମ୍ବା ୦୬୭୪–୨୩୦୧୩୪୮ ମାଧ୍ୟମରେ ମଧ୍ୟ ସମ୍ପର୍କ କରିପାରିବେ । ଏ ସମ୍ପର୍କରେ ଇଗ୍ନୋ, ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।