Latest Odisha News

BREAKING NEWS

ଜୁନ୍ ୧୫ ପର୍ଯ୍ୟନ୍ତ ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇଗନୋ ଛାତ୍ରଛାତ୍ରୀ

ଜୁନ ମାସରେ ହେବାକୁ ଥିବା ପରୀକ୍ଷା ଲାଗି  ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇଗନୋର ଛାତ୍ରଛାତ୍ରୀ  । ଛାତ୍ରଛାତ୍ରୀ ନିଜର ଆସାଇନମେଣ୍ଟ ବା ପ୍ରୋଜେକ୍ଟ ରିପୋର୍ଟ ଭଲଭାବେ ପ୍ରସ୍ତୁତ କରି ଜୁନ ୧୫ ଭିତରେ ପ୍ରଦାନ କରିପାରିବେ  । ଏଥିପାଇଁ ନିଜର ଅଫିସିଆଲ ଓ୍ୱେବସାଇଟରେ ଲିଙ୍କ୍ ପ୍ରଦାନ କରିଛି ଇଗନୋ  ।

BjdElectrycity

ତେବେ ପ୍ରଜେକ୍ଟ ବା ଆସାଇନମେଣ୍ଟ ରିପୋର୍ଟର ଅରିଜିନାଲ ସାର୍ଟିଫିକେଟ ଉଭୟ ଛାତ୍ରଛାତ୍ରୀ ଏବଂ ଗାଇଡଙ୍କର ଦସ୍ତଖତ ହେବା ପରେ ଯାଇ ତାକୁ ଅନଲାଇନରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି  । ପ୍ରପୋଜାଲ ପ୍ରୋଫର୍ମା ମଧ୍ୟ ଉପଯୁକ୍ତଭାବେ ସୁପରଭାଇଜର ବା ଗାଇଡଙ୍କର ସ୍ୱୀକୃତି ପାଇଥିବା ଦରକାର  । ଗାଇଡ ବା ସୁପରଭାଇଜରଙ୍କଠାରୁ ଏହି ସ୍ୱୀକୃତି ଇ ମେଲ୍ ମାଧ୍ୟମରେ ମଧ୍ୟ ପାଇପାରିବେ ଛାତ୍ରଛାତ୍ରୀ  ।

ଦେଶରେ ଜାରି ରହିଥିବା କରୋନା ମହାମାରୀ ଜନିତ ଲକଡାଉନ ଲାଗି ଇଗନୋର ବିଭିନ୍ନ ଆଞ୍ଚଳିକ କେନ୍ଦ୍ର ଏବଂ ଏଲଏସସିରେ ଲର୍ଣ୍ଣର ସପୋର୍ଟ ସର୍ଭିସ୍ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ଇଗନୋ  । ଫଳରେ ଜୁନ ମାସରେ ହେବାକୁ ଥିବା ପରୀକ୍ଷାକୁ ସାମୟିକ ଭାବେ ବାତିଲ କରାଯାଇଛି  । ତେବେ ଖୁବଶୀଘ୍ର ନୂଆ ପରୀକ୍ଷା ତାରିଖ ପ୍ରକାଶ ପାଇବ  । ତେଣୁ ଫାଇନାଲ ପ୍ରୋଜେକ୍ଟ, ଡିସାଟେସନ, ଫାଇନାଲ ପ୍ରୋଜେକ୍ଟ, ଇଣ୍ଟର୍ଣ୍ଣସିପ୍ ରିପୋର୍ଟ, ଫିଲ୍ଡ ଜର୍ଣ୍ଣାଲ ପ୍ରଦାନ ଲାଗି ଅନଲାଇନ ମୋଡକୁ ଆପଣାଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ।

Leave A Reply

Your email address will not be published.