Latest Odisha News

BREAKING NEWS

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି :ବିଧାୟକଙ୍କ ପେନସନ ଫର୍ମୁଲାରେ ହେବ ପରିବର୍ତ୍ତନ

ପଞ୍ଜାବ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବଡ ନିଷ୍ପତ୍ତି । ପଞ୍ଜାବରେ ବିଧାୟକ ମାନଙ୍କ ପେନସନକୁ ନେଇ ଭଗବନ୍ତ ମାନ ଏକ ବଡି ନିଷ୍ପତି ନେଇଛନ୍ତି । ବିଧାୟକ ମାନଙ୍କ ପେନସନ ଫର୍ମୁଲାରେ କିଛିଟା ପରିବର୍ତ୍ତନ କରାଯିବ । ବିଧାୟକ ମାନଙ୍କୁ ଗୋଟିଏ ଥର ହିଁ ପେନସନ ମିଳିବ ବୋଲି ଭଗବନ୍ତ ମାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଏବେ ଜନତାଙ୍କ ପଇସା ଠିକ ବାଟରେ ଉପଯୋଗ କରିହେବ । ବିଧାୟକଙ୍କୁ ଏବେ ଥରେ ମାତ୍ର ପେନସନ୍ ମିଳିବ । ପୂର୍ବରୁ ଯେତେ ବିଧାୟକ ବନୁଥିଲେ ପଇସାର ରାଶି ସେତେ ବଢୁଥିଲା ହେଲେ ଏବେ ନିୟମରେ ପରବର୍ତ୍ତନ ଆଣିଛନ୍ତି ଭଗବନ୍ତ ମାନ ସରକାର ।

ପଞ୍ଜାବରେ ମୁଖ୍ୟମନ୍ତ୍ରୀ ହେବା ପରେ ଭଗବନ୍ତ ମାନ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେଣି । ଆମ ଆଦମୀ ପାର୍ଟିକୁ ପଞ୍ଜାବ ବିଧାନସଭା ନିର୍ବାଚନରେ ଭଲ ସଫଳତା ମିଳିଥିଲା ।ଆପ୍ ୧୧୭ଟି ଆସନରୁ ୯୨ ଟି ବିଧାନସଭା ଆସନରେ ବାଜିମାତ କରିଥିଲା । ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପରେ ଭଗବନ୍ତ ମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟର ଉନ୍ନତି ପାଇଁ ୨ ବର୍ଷ ପାଇଁ ଏକ  ଲକ୍ଷ କୋଟି ଟଙ୍କା ସ୍ପେଶାଲ ପ୍ୟାକେଜ ମାଗିଛନ୍ତି ଭଗବନ୍ତ ମାନ ।
.

Leave A Reply

Your email address will not be published.