ମୁମ୍ବାଇ: ଚଳଚ୍ଚିତ୍ର ଦୁନିଆର ସବୁଠାରୁ ସମ୍ମାନ ଜନକ ପୁରସ୍କାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ(ଆଇଫା) ବୁଧବାର ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଛି।
ଏଥିରେ ବଲିଉଡର ସମସ୍ତ ସେଲେବ୍ରିଟିଙ୍କୁ ଷ୍ଟାଇଲିସ୍ ଓ ଫ୍ୟାଶନେବଲ୍ ଲୁକରେ ଦେଖିବାକୁ ମିଳିଥିଲା।
ତେବେ ଜାଣନ୍ତୁ କେଉଁ ସବୁ କଳାକାରଙ୍କୁ ମିଳିଛି ଏହି ସମ୍ମାନ ଜନକ ପୁରସ୍କାର![]()
ଶ୍ରେଷ୍ଠ ଅଭିନେତ୍ରୀ – ଆଲିଆ ଭଟ୍ଟ (ରାଜି)
ଶ୍ରେଷ୍ଠ ଅଭିନେତା- ରଣବୀର୍ ସିଂହ (ପଦ୍ମାବତ୍)
ଶ୍ରେଷ୍ଠ ନିର୍ଦ୍ଦେଶକ – ଶ୍ରୀରାମ ରାଘବନ୍(ଅନ୍ଧାଧୁନ୍)
ଶ୍ରେଷ୍ଠ ଫିଲ୍ମ – ମେଘନା ଗୁଲଜାର୍ (ରାଜି)
ଶ୍ରେଷ୍ଠ ସହଅଭିନେତ୍ରୀ- ଆଦିତି ରାଓ ହାଇଦରୀ (ପଦ୍ମାବତ୍)
ଶ୍ରେଷ୍ଠ ସହଅଭିନେତା – ବିକି କୌଶଲ୍ (ସଞ୍ଜୁ)
ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ – ସାରା ଅଲ୍ଲୀ ଖାନ୍ (କେଦାରନାଥ)
ଶ୍ରେଷ୍ଠ ଡେବ୍ୟୁ ଅଭିନେତା- ଇଶାନ୍ ଖଟ୍ଟର (ଧଡକ୍ ଓ ବିୟଣ୍ଡ୍ ଦ କ୍ଲାଉଡସ୍)
ଶ୍ରେଷ୍ଠ ଷ୍ଟୋରୀ- ଶ୍ରୀରାମ ରାଘବନ୍ (ଅନ୍ଧାଧୁନ୍), ପୂଜା ଲୋଧି ଶ୍ରୁତି, ଅରିଜିତ ବିଶ୍ୱାସ, ଯୋଗେଶ ଚନ୍ଦ୍ର, ହେମନ୍ତ ରାଓ
ଶ୍ରେଷ୍ଠ ସଙ୍ଗୀତ – ସୋନୁ କେ ଟିଟୁ କି ସ୍ୱିଟି
ଶ୍ରେଷ୍ଠ ଗୀତିକାର – ଅମିତାଭ ଭଟ୍ଟାଚାର୍ୟ୍ୟ (ଧଡକ୍)
ଶ୍ରେଷ୍ଠ ପ୍ଲେ ବ୍ୟାକ୍ ସିଙ୍ଗର୍ – ଅରିଜିତ୍ ସିଂ, ରାଜି (ଏ ବତନ୍)
ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ – କମେଡିଆନ୍ ଜଗଦୀପ୍ ଜାଫେରୀ
ଏହିସବୁ ଆୱାର୍ଡ ବ୍ୟତୀତ ଆଇଫାର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଟି ନୂଆ ଆୱାର୍ଡ ଲଞ୍ଚ୍ କରାଯାଇଛି। ଏଥିରେ ବିଗତ ୨୦ ବର୍ଷ ମଧ୍ୟରେ ବଲିଉଡ୍ରେ କାମ କରିଥିବା ଅଭିନେତା, ଅଭିନେତ୍ରୀ ଓ ଫିଲ୍ମକୁ ନେଇ ଏକ ସ୍ପେଶାଲ୍ ଆୱାର୍ଡ ଦିଆଯାଇଛି।
ସେଗୁଡ଼ିକ ହେଲା :
ଶ୍ରେଷ୍ଠ ଅଭିନେତ୍ରୀ – ଦୀପିକା ପାଦୁକୋନ୍
ଶ୍ରେଷ୍ଠ ଅଭିନେତା – ରଣବୀର୍ କପୁର୍
ଶ୍ରେଷ୍ଠ ଫିଲ୍ମ – କହୋନା ନା ପ୍ୟାର୍ ହୈ
ଶ୍ରେଷ୍ଠ ନିର୍ଦ୍ଦେଶକ- ରାଜକୁମାର ହିରାନୀ (ସଞ୍ଜୁ)
ଶ୍ରେଷ୍ଠ ସଙ୍ଗୀତ – ପ୍ରୀତମ୍
Comments are closed.