ବେଙ୍ଗାଳୁରୁ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ବେଙ୍ଗାଳୁରୁ ଫ୍ରାନ୍ସର ତୋଲଜ ବିଜନେସ ସ୍କୁଲ ସହ ମିଳିତ ସହଭାଗୀତାରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଫେବ୍ରୁଆରୀ ୨୨ ତାରିଖରେ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ବିମାନ ଚଳାଚଳର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଗୋଟିଏ ଛାତ ତଳେ ବଡ ବଡ ଉଦ୍ୟୋଗପତି, ନୀତି ନିର୍ଦ୍ଧାରକ ଏବଂ ବିଶାରଦ ମାନେ ଏକାଠି ହୋଇ ସଂପ୍ରତି ବିମାନ ଚଳାଚଳରେ ଉପୁଜୁଥିବା ସମସ୍ୟା, ଚ୍ୟାଲେଂଜ ଏବଂ ଭବିଷ୍ୟତ ବାବଦରେ ଆଲୋଚନା କରିବେ । ଆଇଆଇଏମ୍ ବେଙ୍ଗାଳୁରୁର ନିର୍ଦ୍ଦେଶକ ଜି.ରଘୁରାମ ସମ୍ମିଳନୀର ଉଦଘାଟନ କରିବେ । ଶିକ୍ଷା କାର୍ଯ୍ୟକ୍ରମରେ ବିମାନ ଚଳାଚଳକୁ ନେଇ ଏକ ସାଧାରଣ ପରିଚାଳନା କାର୍ଯ୍ୟକ୍ରମ ସାମିଲ କରିବାକୁ ଆଇଆଇଏମ୍ ଓ ଟିବିଏସ୍ ପ୍ରସ୍ତାବ ଦେଇଛନ୍ତି ।
ବିମାନ ଚଳାଚଳ ସହ ସଂପୃକ୍ତ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଅନ୍ତର୍ଜାତୀୟ ସମ୍ମିଳନୀ ସଚେତନତା ସୃଷ୍ଟି କରିବା ସହ ଏହିକ୍ଷେତ୍ରରେ ରହିଥିବା ସୁଯୋଗ ଏବଂ ଚ୍ୟାଲେଂଜ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ତଥା ଆଇଆଇଏମ୍ ପ୍ରଫେସର ଏସ ରଘୁନାଥ କହିଛନ୍ତି । ସମ୍ମିଳନୀରେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଅମ୍ବର ଦୁବେ, ଏୟାର ଏସିଆ ସିିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସୁନୀଲ ଭାସ୍କରନଙ୍କ ସମେତ ଅନେକ ଉଦ୍ୟୋଗପତି ଓ ବରିଷ୍ଠ ଅଧିକାରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।
BREAKING NEWS
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
Comments are closed.