Latest Odisha News

BREAKING NEWS

ୟୁପିଏସସି ପରୀକ୍ଷାର୍ଥୀଙ୍କ ଲାଗି ଟ୍ବିନସିଟିରେ ଚାଲିବ ମୋ ବସ

ଭୁବନେଶ୍ୱର: ଆସନ୍ତା ରବିବାର ଦିନ ତଥା ଅକ୍ଟୋବର ୪ ତାରିଖ ଦିନ ୟୁପିଏସସି ପରୀକ୍ଷାର୍ଥୀଙ୍କ ଲାଗି ସ୍ବତନ୍ତ୍ର ଭାବେ ଟ୍ବିନସିଟିରେ ମୋ ବସ ଚଳାଚଳ କରିବ। ଏନେଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ କାଲି ସକାଳ ୬ଟାରୁ ରୁଟ୍ ନମ୍ବର ୧୬ ଓ ୧୮ରେ ମୋ ବସ ଚାଲିବ। ଏପରିକି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମୋ ବସ୍ ଚଳାଚଳ କରିବ।

ସେହିପରି କଟକରୁ ଅପରାହ୍ନ ୪ଟା ୫୦ମି.ରୁ ୫ଟା ୩୫ମି. ମଧ୍ୟରେ ପ୍ରତି ୧୫ମି. ବ୍ୟବଧାନରେ ମୋ ବସ ସେବା ଉପଲବ୍ଧ ହେବ।

 

Leave A Reply

Your email address will not be published.