Latest Odisha News

BREAKING NEWS

ଆଇଆଇଟି ମାଡ୍ରାସରେ କରୋନାର କାୟା ବିସ୍ତାର, ବନ୍ଦ ହେଲା ଇନଷ୍ଟିଚ୍ୟୁଟ

ଚେନ୍ନାଇ: ତାମିଲାନାଡୁ ରାଜଧାନୀ ଚେନ୍ନାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ମାଡ୍ରାସରେ କରୋନା ତାର କାୟା ବିସ୍ତାର କରିଛି । ରିପୋର୍ଟ ମୁତାବକ ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଘଟଣା ସମ୍ମୁଖକୁ ଆସିବା ପରେ ପ୍ରଶାସନ ଚିନ୍ତାରେ ପଡିଯାଇଛି । ଅଧିକାଂଶ ଛାତ୍ର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାରମ୍ଭିକ ପଦକ୍ଷେପ ଅନୁସାରେ ଏବେ ଇନଷ୍ଟିଚ୍ୟୁଟକୁ ବନ୍ଦ କରି ଦିଆଯାଇଛି ।

କୃଷ୍ଣା ଓ ଯମୁନା ହଷ୍ଟେଲର ଅଧିକାଂଶ ଛାତ୍ର ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଛାତ୍ରମାନେ ଅଧିକାଂଶ ସଂଖ୍ୟାରେ ଏକତ୍ର ହେବା ସହ ବିନା ମାସ୍କରେ ଚଳପ୍ରଚଳ ହେଉଥିବାରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.