Latest Odisha News

BREAKING NEWS

Illegal arms trafficking: ବେଆଇନ ଅସ୍ତ୍ରଶସ୍ତ୍ର କାରବାର; ପୃଥକ ମାମଲାରେ ୫ ଗିରଫ

ଭଞ୍ଜନଗର:ଗଞ୍ଜାମ ପୋଲିସ ବେଆଇନ ଅସ୍ତ୍ର କାରବାର ବିରୋଧୀ ଅଭିଯାନ ଆରମ୍ଭ କରିଛି । ତେବେ ବେଆଇନ ଅସ୍ତ୍ର କାରବାର ବିରୋଧରେ ଗଞ୍ଜାମ ପୋଲିସ ପକ୍ଷରୁ ନିଆଯାଉଥିବା ଅଭିଯାନରେ ଦୁଇଟି ପୃଥକ ମାମଲାରେ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ବେଆଇନ ବନ୍ଧୁକ, ମାଗାଜିନ୍ ଓ ଗୁଳି ଜବତ କରାଯାଇଛି।

ସୂଚନାନୁସାରେ, ଭଞ୍ଜନଗର ପୋଲିସ ବନ୍ଧୁକ ଦେଖାଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ବଟି ଆଦାୟ କରୁଥିବା ମାମଲାରେ ଅନିଲ କୁମାର ସ୍ୱାଇଁ, ପିଣ୍ଟୁ ସେଠୀ, ସୁବାସ ଚନ୍ଦ୍ର ପାଢ଼ୀ ଏବଂ ବାଳକୃଷ୍ଣ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ୯ ଏମ୍.ଏମ୍. ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି।

ସେହିପରି ଅନ୍ୟ ଏକ ମାମଲାରେ କୋଦଳା ଥାନା ପକ୍ଷରୁ ଫାସି ଗ୍ରାମର ୨୧ ବର୍ଷୀୟ ଓମ୍ ସ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ତିନୋଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ସୂଚନାଥାଉକି, ବେଆଇନ ଅସ୍ତ୍ର କାରବାର, ସଙ୍ଗଠିତ ଅପରାଧ ବିରୋଧରେ ଆଗାମୀ ଦିନରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଅଧିକ ଜୋରଦାର କରାଯିବ ବୋଲି ଗଞ୍ଜାମ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.