Latest Odisha News

ବେଆଇନ ବାଣ ଗୋଦମ ଉପରେ ପୋଲିସର ଚଢାଉ , ଜଣେ ଅଟକ

ପୁରୀ : ବେଆଇନ ବାଣ ଗୋଦାମ ଉପରେ ପୋଲିସର ଚଢାଉ । ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗାଁର କଲ୍ୟାଣ ମଣ୍ଡପ ପରିସରରେ ବାଣ ଗୋଦାମ ଉପରେ ପୋଲିସ ଅଚାନକ ଚଢାଉ କରିଥିଲା । ବିନା ଲାଇସେନ୍ସରେ ବେଆଇନ ବାଣ ଗଛିତ ରଖିଥିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀ ବିଶ୍ୱାଳଙ୍କୁ ପୋଲିସ ଅଟକ ରଖିଛି। ଗଛିତ ରଖାଯାଇଥିବା ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଦୁଇ ମିନିଟ୍ରକ ଭର୍ତି ବାଣ ଜବତ କରିଛି ପୋଲିସ ।

ଜବତ ବାଣର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କା ହେବ। ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,ଡଃ କେ ବିଶାଲ ସିଂ, ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ପୋଲିସ ପକ୍ଷରୁ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଭାରପ୍ରାପ୍ର ନିରିକ୍ଷକ ଶ୍ରୀ ରଶ୍ମୀ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା।

Comments are closed.