Latest Odisha News

BREAKING NEWS

ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଅଟକିଲା ବେଆଇନ ଯାତ୍ରୀବାହି ଡଙ୍ଗା । ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ  । ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ପରଜଙ୍ଗ ଅଞ୍ଚଳର ବୋଲି ଜଣାପଡିଥିଲା । ବେଆଇନ ଡଙ୍ଗାରେ ଓଡାପଡ଼ା ବ୍ଲକ ନାଧେରା ବାଲି ପଡିଆ ଠାରୁ ପରଜଙ୍ଗ ବ୍ଲକ ଚାନ୍ଦପୁର ଦୁଆରଶୁଣିକୁ ଭକ୍ତ ଓ ଶ୍ରଦ୍ଧାଳୁ ଫେରୁଥିବା ବେଳେ ମଝି ନଦୀରେ ଅଟକି ଯାଇଥିଲା ବେଆଇନ ଡଙ୍ଗା । କିଛି ସମୟ ଧରି ହାହାକାର ହୋଇ ଯାଇଥିଲା ବ୍ରାହ୍ମଣୀ ନଦୀର ଗର୍ଭ ।

ହେଲେ ଦୀର୍ଘ ସମୟ ପରେ ଆହୁଲା ମାରି କୂଳକୁ ଫେରିଥିଲା ଡଙ୍ଗା । ନାଧେରା ଘାଟରେ ଅଟକି ରହିଥିବା ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ସହଯୋଗରେ ନିକଟସ୍ଥ ମନ୍ଦିର ଓ ସ୍କୁଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ସେଠି କହିଥିବା ବେଳେ,  ଖୁବଶୀଘ୍ର ସେ ବେଆଇନ ଘାଟ ବନ୍ଦ କରାଯିବା ସହ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।ଯାହାକୁ ନେଇ ଓଡାପଡା ଓ ପରଜଙ୍ଗ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ତେବେ ବ୍ରାହ୍ମଣୀ ନଦୀରେ ବାରମ୍ବାର ଅନେକ ଅଘଟଣ ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଶାସନର ଢିଲା ପଦକ୍ଷେପ ଯୋଗୁଁ  ଏଭଳି ଘଟଣା ସାମ୍ନାକୁ ଆସୁଥିବା ସ୍ପଷ୍ଟ ଜଣାପଡୁଛି । ଆାଉ ଏଥିପ୍ରତି ଜିଲ୍ଲାପାଳଙ୍କ ପଦକ୍ଷେପ କେତେ କାର୍ଯ୍ୟକାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.