Latest Odisha News

BREAKING NEWS

ରାଲି ନୁହେଁ ଅଟା ଟ୍ରକ ପଛରେ ଧାଉଁଛନ୍ତି ଲାକେ..ଭାଇରାଲ ହେଲା ପାକିସ୍ତାନର ବିକଳ ଦୃଶ୍ୟ

ଇସଲାମବାନ: ପାକିସ୍ତାନରେ ହାହା କାର ସ୍ଥିତି । ଖାଦ୍ୟ ସଙ୍କଟ ଦେଶରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଖାଦ୍ୟ ନ ପାଇ ଲୋକେ ଡହଳବିକଳ ହେଉଛନ୍ତି  । ବିଶେଷକରି  ଗହମ ଅଭାବ ଯୋଗୁ ଅରାଜକ ସ୍ଥିତି ଦେଖିବାକୁ ମିଳିଛି । ଅଟା ୨୦ କିଲ ପାଇଁ  ଲୋକଙ୍କୁ ୩ ହଜାର ଟଙ୍କା ଦେବାକୁ ପଡୁଛି  । ତଥାପି ତାହା ମିଳୁନି । ଗହମ ପାଇଁ ଲୋକେ ଏଠାରେ କେମିତି ଡହଳ ବିକଳ ହେଉଛନ୍ତି ତାହାର ଏକ ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓକୁ ଦେଖିଲେ ଆପଣ ଭାବିବେ ବୋଲି ହୁଏ  କୌଣସି ରାଲିରେ ଯାଉଛନ୍ତି ଲୋକେ । ହେଲେ ପ୍ରକୃତ ଘଟଣା ହେଉଛି, ଅଟା ନେଇ ଯାଉଥିବା ଏକ ଟ୍ରକ ପଛରେ ଲୋକେ ଧାଉଁଛନ୍ତି । ଏପରକି କେତେ ଲୋକ ବାଇକରେ ମଧ୍ୟ ଟ୍ରକଟିକୁ ପିଛା କରୁଥିବା ଦେଦଖିବାକୁ ମିଳିଛି ।

ଭାଇରାଲ ଭିଡିଓଟି ଦେଖିଲେ ଲାଗୁଛି ଯେମିତି କୌଣସି ରାଲି ବହାରିଛି । ହେଲେ ପ୍ରକୃତ କଥା ହେଉଛି, ଗହମର ଅଟା ନେଇ ଯାଉଥିବା ଏକ ଟ୍ରକକୁ କିଛି ଲୋକ ଏମିତି ପିଛା କରୁଛନ୍ତି । ନାଶନାଲ ଇକ୍ୱିଲିଟି ପାର୍ଟିର ଚେୟାରମ୍ୟାନ ପ୍ରଫେସର ସଜ୍ଜାଦ ରାଜା ଭିଡିଟିକୁ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି ଏବଂ ପାକିସ୍ତାନୀ ନ ହୋଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି ବୋଲି ଲେଖିଛନ୍ତି ।

ଏଥସହିତ ସେ ଲେଖିଛନ୍ତି, ‘ଏ ଦୃଶ୍ୟ ଦେଖିବା ପରେ ଜମ୍ମୁ-କଶ୍ମୀର ଲୋକଙ୍କର ଆଖି ଖୋଲିଯିବା ଉଚିତ । ମୁଁ ଭାଗ୍ୟଶାଳୀ କାରଣ ମୁଁ ପାକିସ୍ତାନ ନୁହେଁ । ନିଜ ଭବଷ୍ୟତ ନିଷ୍ପତ୍ତି ନେବାର ସ୍ୱତନ୍ତ୍ରତା ଆମର ରହିଛି ।’

ଏଠି କହିରଖିବୁ, ପାକିସ୍ତାନର ଏପରି ଦୟନୀୟ ସ୍ଥିତିକୁ ଦେଶରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସ୍ୱୀକାର କରିଛନ୍ତି । ନିଜେ ସରିଫ କହିଛନ୍ତି, ପାକିସ୍ତାନରେ ଏବେ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଥିଲେ ମଧ୍ୟ ଜଟିଳ ଆର୍ଥିକ ସଙ୍କଟ ପାଇଁ ଭିକ୍ଷା ମାଗିବାକୁ ପଡୁଛି ଏବଂ ଏହା ଅତ୍ୟନ୍ତ ଓ ଲଜ୍ଜାଜନକ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ସରିଫ ।

Leave A Reply

Your email address will not be published.