Latest Odisha News

BREAKING NEWS

ବେଆଇନ ଲିଙ୍ଗ ନିରୂପଣ ମାମଲା: ହସ୍ପିଟାଲ ମାଲିକ ଓ ତାଙ୍କ ସ୍ତ୍ରୀ ଗିରଫ

କଟକ: କଟକ ଦୋଳମୁଣ୍ଡାଇ ଓ ଅରୁଣଦାୟ ନଗର ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ କାରବାର ଘଟଣାରେ ଦୁଇ ଗିରଫ। ହସ୍ପିଟାଲ ମାଲିକ ନିଜିତ ମହାପାତ୍ର ଓ ତାଙ୍କ ପତ୍ନୀ ମାମିନା ମହାପାତ୍ରଙ୍କୁ ଗିରଫ କରିଛି ବାଦାମବାଡ଼ି ପୋଲିସ। ଅନ୍ୟତମ ଅଭିଯୁକ୍ତ ରାମଚନ୍ଦ୍ର ଓରଫ ଭିକାରି ପରିଡା ଫେରାର ଅଛି।

BjdElectrycity

ଏମାନଙ୍କ ନିକଟରୁ ଗତକାଲି ତିନୋଟି ପୋର୍ଟେବୁଲ ଅଲଟ୍ରାସାଉଣ୍ଡ ମେସିନ ସହିତ ଗର୍ଭପାତ ଔଷଧ ଜବତ କରାଯାଇଥିଲା। ଏନେଇ ଗତକାଲି ମାଲିକ କହିଥିଲେ ଯେ ତାଙ୍କ ଅଜାଣତରେ ଭିକାରି ପରିଡ଼ା ନାମକ ବ୍ୟକ୍ତି ଏପରି କାମ କରୁଥିଲେ। ଏଥିରେ ତାଙ୍କର କୌଣସି ହାତ ନାହିଁ। ଏନେଇ ସ୍ୱାସ୍ଥ ବିଭାଗ ଓ ଡ୍ରଗ ବିଭାଗ ପକ୍ଷରୁ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଥିଲା। ପୋଲିସ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ କରାଯାଉଥିବାର ସିସି ଟିଭି ଫୁଟେଜକୁ ଜବତ କରିଛି।

ଏହି ଘଟଣାରେ ଅନ୍ୟ କିଛି ଡାକ୍ତର ମଧ୍ୟ ସାମିଲ ଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହେଲଥ ହୋମ ହସ୍ପିଟାଲର ରିନୁଆଲ ଲାଇସେନ୍ସକୁ ବାତିଲ କରିଦେବା ସହିତ ଉକ୍ତ ହସ୍ପିଟାଲକୁ ସିଲ୍ କରି ଦିଆଯାଇଥିବା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବଟ କୃଷ୍ଣ ମହଲା ସୂଚନା ଦେଇଛନ୍ତି। ସୂଚନା ଥାଉକି କଟକ ବାଦାମବାଡ଼ି ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ ଗତକାଲି ଚଢାଉ କରିଥିଲା। ଏକାଥରକେ ୩ଟି ଜାଗାରେ ଚଢାଉ କରାଯାଇଥିଲା। ଚଢାଉ କରିବା ସମୟରେ କିଛି ଆପତ୍ତି ଜନକ ଯନ୍ତ୍ରପାତି ଠାବ କରାଯାଇଥିଲା। କଟକରେ ପୂର୍ବରୁ ମଧ୍ୟ ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି।

Leave A Reply

Your email address will not be published.