Tuberculosis vaccine: ILS ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା; IIT ଭୁବନେଶ୍ଵର ପକ୍ଷରୁ ରହିଛି ବୈଷୟିକ ସହଭାଗିତା
ଭୁବନେଶ୍ବର:ଯକ୍ଷ୍ମା (ଟିବି) ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍ପି ୧୬.୩ ଡିସି ୪-‘HSP 16.3DC4” ଟିକା । ଆଇଏଲଏସ ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା । IIT ଭୁବନେଶ୍ଵର ପକ୍ଷରୁ ସମସ୍ତ ପ୍ରକାର ଟେକ୍ନିକାଲ ସହଭାଗିତା ରହିଛି ।
ଏହି ଭ୍ୟାକ୍ସିନ୍ର ଫର୍ମୁଲା ଓ ଟେକ୍ନୋଲୋଜି, ଟିକା ପ୍ରସ୍ତୁତକାରୀ ଅନୁଷ୍ଠାନକୁ ହସ୍ତାନ୍ତର କରାଯାଇଛି। ଏହି ଟେକ୍ନୋଲୋଜିକୁ ନେଇ ଆଗ୍ରହୀ ଔଷଧ ପ୍ରସ୍ତୁତକାରୀ କମ୍ପାନି ‘HSP 16.3DC4′ ଭ୍ୟାକ୍ସିନ୍ ବା ଟିକା ପ୍ରସ୍ତୁତ କରିବେ।
ଦେଶ ତଥା ରାଜ୍ୟକୁ ଟିବି ମୁକ୍ତ କରିବା ଦିଗରେ ସୁରକ୍ଷା କବଚ ଭଳି କାର୍ଯ୍ୟ କରିବ ‘HSP 16.3DC4’। ଏହି ଟିକାର ପରୀକ୍ଷା ୧୨ ବର୍ଷ ଧରି କରାଯାଇଥିଲା। ଯାହା କେବଳ ମୂଷା ଉପରେ ପରୀକ୍ଷଣ ପାଇଁ ୫ରୁ ୭ ବର୍ଷ ସମୟ ଲାଗିଥିଲା।
ଏବେ କାଲମେଟ୍-ଗୁଏରିନ୍ (ବିସିଜି) ଟିକା ଯକ୍ଷ୍ମା ପାଇଁ ଦିଆଯାଉଛି। ତାହା ତୁଳନାରେ ଏହି ‘ଏଚ୍ଏସ୍ପି ୧୬.୩ଡିସି୪’ ଟିକା ବହୁତ ପ୍ରଭାବୀ ଅଟେ।
ଏହି ଟିକା କୋଷିକାର ଟି-ସେଲ୍ ମେମୋରୀ ଓ ବି-ସେଲ୍ ମେମୋରୀକୁ ନିରନ୍ତର ସକ୍ରିୟ ରଖିଥାଏ। ଯାହା ନିରନ୍ତର ଜୀବାଣୁ ମାରିବା ଦିଗରେ ସଂଗ୍ରାମ କରିଥାଏ। ଏହା ଯୁବପୀଢ଼ିଙ୍କ କ୍ଷେତ୍ରରେ ଭଲ କାର୍ଯ୍ୟ କରିବ। ଯାହା ଲୋକଙ୍କୁ ସ୍ଥାୟୀ ଯକ୍ଷ୍ମା ପ୍ରତିରୋଧକ କ୍ଷମତା ଓ ପ୍ରତିରକ୍ଷା ଦେଇପାରିବ। ଏହା ଜୀବାଣୁ ବିରୋଧରେ ଦୀର୍ଘ ସମୟ ଧରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।
ଏହା କୋଷୀୟ ଏବଂ ହ୍ୟୁମୋରାଲ୍ ପ୍ରତିକ୍ରିୟା ଉଭୟକୁ ବୃଦ୍ଧି କରି ପଲ୍ମୋନାରୀ ଜୀବାଣୁ ବିରୋଧରେ ସଂଗ୍ରାମ କରିବ।
IIT ଭୁବନେଶ୍ୱର ସହିତ ମିଳିତ ଭାବେ ILS ଦ୍ୱାରା ବିକଶିତ ଏହି ନୂତନ ଟୀକା ଫୁସଫୁସରେ ଜୀବାଣୁ ଗଭୀରତାକୁ ଉଲ୍ଲେଖନୀୟ ଭାବେ ହ୍ରାସ କରୁଥିବା ନେଇ ଗବେଷଣାରେ ଯକ୍ଷ୍ମା ବିରୁଦ୍ଧରେ ବେଶ୍ ଫଳପ୍ରଦ ହେବ ବୋଲି ବିଶ୍ବାସ ସୃଷ୍ଟି ହୋଇଛି।
ସୂଚନାଥାଉକି, ରାଜ୍ୟରେ ଗତବର୍ଷ ୬୨ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ୧୦୦ ଦିନର ସ୍ୱତନ୍ତ୍ର ଟିବି କ୍ୟାମ୍ପେନରେ ରାଜ୍ୟରେ ନୂଆ ୧୨ ହଜାର ୨୪୫ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି।
Comments are closed.