ରୁମାନଗାବୋ: ଏବେ ସେଲ୍ଫି ନିଶା ସମସ୍ତଙ୍କୁ ଘାରିଛି । ଏଥିରୁ ମଣିଷ ସହିତ ରହୁଥିବା ପଶୁପକ୍ଷୀମାନେ କିପରି ବାଦ୍ ପଡିବେ । ଏ ଭଳି ଏକ ଘଟଣା ସାମ୍ନାକୁ ଆସିଛି ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଭିରୁଙ୍ଗା ଜାତୀୟ ପାର୍କରେ । ସେଠାରେ ଅନାଥ ଗୋରିଲ୍ଲାଙ୍କ ଦାୟିତ୍ୱ ନେଇଛନ୍ତି ୩୯ ବର୍ଷୀୟ ପ୍ୟାଟ୍ରିକ ସାଦିକି କାରାବାରାଙ୍ଗା । ପ୍ରତ୍ୟେକ ଦିନ ସେ ପାଳିଥିବା ଗୋରିଲ୍ଲାଙ୍କ ସହ ସେଲ୍ଫି ନେଇଥାନ୍ତି ।
ଗୋରିଲ୍ଲାମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ମଣିଷ ପରି ତାଙ୍କ ସହ ପୋଜ୍ ଦେଇଥାନ୍ତି । ପ୍ରାୟ ୧୦ ବର୍ଷ ହେବ ମୁଁ ଏମାନଙ୍କୁ ପାଳିଲାଣି । ଛୋଟ ପିଲାଙ୍କ ପରି ସେଲ୍ଫି ଉଠାଇବା ପାଇଁ ସେମାନେ ଜିଦ୍ଦି କରନ୍ତି ବୋଲି ପ୍ୟାଟ୍ରିକ କହିଛନ୍ତି । ଏବେ ଏହି ଫଟୋଗୁଡିକ ସୋସିଆଲ ସାଇଟରେ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି । ଅନ୍ୟ ଅର୍ଥରେ ଗୋରିଲ୍ଲାଙ୍କ ସେଲ୍ଫି ନେବା ଶୈଳୀ ସମସ୍ତଙ୍କ ମନ କିଣୁଛି ।
Comments are closed.