Latest Odisha News

ଦୁଇ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଫଳରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି । ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୧୬ ଟି ଜିଲ୍ଲାରେ ପ୍ରବଳ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ରହିଥିବା ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୩.୧ କିମିପର୍ଯ୍ୟନ୍ତ ପରିବ୍ୟପ୍ତ ହୋଇଛି ।

ଏହାର ପ୍ରଭାବରେ ଆଜି ଉତ୍ତର ପଶ୍ଚିମ–କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ । ଫଳରେ ରାଜ୍ୟର ବର୍ଷା ପରିମାଣ ବୃଦ୍ଧି ପାଇବା ସହ ମୌସୁମୀ ସକ୍ରିୟ ହେବ ।ଏହା ଫଳରେ ରାଜ୍ୟରେ ଆସନ୍ତା ୩୦ ଯାଏଁ ବର୍ଷା ଲାଗି ରହିବ । ଏ ନେଇ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନ୍ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆଜି କୋରାପୁଟ, ମାଲାକାନାଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା ,ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏଥିସହ ବାଲେଶ୍ୱର ,ଭଦ୍ରକ ,ଯାଜପୁର,କେନ୍ଦ୍ରାପଡା,କଟକ,ଜଗତସିଂହପୁର,ପୁରୀ ,ଖୋର୍ଦ୍ଧା,ନୟାଗଡ ,କେଉଁଝର ,ଗଂଜାମ,ଗଜପତି ,ଅନୁଗୁଳ,ମୟୂରଭଞ୍ଜ, ଢେଙ୍କାନାଳ ବୌଦ୍ଧ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଏହି ସବୁ ଅଞ୍ଚଳକୁ ୟେଲୋ ୱାର୍ଣ୍ଣିିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ଏନେଇ ଏସଆରସି ସତର୍କ ସୂଚନା ଜାରି କରିଛନ୍ତି।ସେପଟେ ୨୯ ତାରିଖ ରେ ନୂଆପଡା,ବଲଙ୍ଗୀର,ବରଗଡ,ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି।

Leave A Reply

Your email address will not be published.