Latest Odisha News

BREAKING NEWS

ପଡୋଶୀଙ୍କୁ ମାରପିଟ୍ ଅଭିଯୋଗରେ ଅଭିନେତା ବବି ମିଶ୍ର ଥାନାରେ ଅଟକ

ଭୁବନେଶ୍ୱର: ଚର୍ଚ୍ଚାର ପରିସରକୁ ଆସିଛନ୍ତି ଓଲିଉଡର ଜଣାଶୁଣା ଅଭିନେତା ବବି ମିଶ୍ର । ହେଲେ ଏଥର ରିଲ୍ ନୁହେଁ ବରଂ ରିଅଲ ଲାଇଫରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି । ପଡୋଶୀଙ୍କୁ ଗାଳି ଗୁଲଜ ସହ ମାଡ ମାରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି ।

ନୟାପଲ୍ଲୀ ଥାନାରେ ପଡୋଶୀଙ୍କ ଅଭିଯୋଗ କ୍ରମେ ବବି ମିଶ୍ର ଅଟକ ରହିଛନ୍ତି । ପଡୋଶୀଙ୍କ ଅନୁଯାୟୀ ମଦ ପିଇ ବବି ମିଶ୍ର ନିଜର କିଛି ସହଯୋଗୀଙ୍କ ସହ କଲୋନୀରେ ଦାଦାଗିରି ଦେଖାଉଛନ୍ତି । ଏପରିକି କାର ପାର୍କିଂକୁ କେନ୍ଦ୍ର କରି ବନ୍ଧୁକ ମଧ୍ୟ ଦେଖାଇବାକୁ ପଛାଇନଥିଲେ । ଅନ୍ୟପଟେ ଏହି ସମସ୍ତ ଅଭିଯୋଗକୁ ବବି ମିଶ୍ର ଖଣ୍ଡନ କରିଛନ୍ତି ।

Leave A Reply

Your email address will not be published.