Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ତମେ ମାଂସଝୋଳ ମୁଁ ରସୁଣ

ବେଳକାଳ ଏବେ ହେଲାଣି ଯେମିତି 
କାଲି କଣ ହେବ କହି ହେଉନି ତ ଆଜି;
ତେଣୁ ହେ ପ୍ରିୟା ଜିଦ୍ଦି ନ କରିକି
ମୋ କଥାରେ ତମେ ହୋଇ ଯାଅ ଜଲ୍ଦି ରାଜି!

ତମେ ଗାଡିଟାଙ୍କି ମୁଁ ପେଟ୍ରୋଲ,
ତମେ କ୍ଲବ ବାର୍ ମୁ୍ଁ ମାତାଲ ।
ତମେ ଥଣ୍ଡାପାଣି ମୁଁ ବୋତଲ,
ତମେ ଡେଲିଯାତ୍ରୀ ମୁଁ ସଟଲ ॥

ତମେ ଅନୁଗାମୀ ମୁଁ ବାବା,
ତମେ ଫ୍ରାଇଖାଦ୍ୟ ମୁଁ ଢାବା ।
ତମେ ରାଗପଣ ମୁଁ ଖୋବା,
ତମେ ରୁଲ୍ ବାଡି ମୁଁ ଗୋବା ॥

ତମେ ରାଜନେତ୍ରୀ ମୁଁ ଭାଷଣ,
ତମେ ତାଲିବାନ ମୁଁ କଷଣ ।
ତମେ ମାଂସଝୋଳ ମୁଁ ରସୁଣ,
ତମେ ପାହାଡିଆ ମୁଁ ମସୃଣ ॥

ତମେ ସ୍ମାର୍ଟଫୋନ୍ ମୁଁ ଡାଟା,
ତମେ ସମ୍ବିଧାନ ମୁଁ କୋଟା।
ତମେ ଗଙ୍ଗାଜଳ ମୁଁ ଲୋଟା,
ତମେ ବିଜୁଳିବତୀ ମୁଁ ଟାଟା ॥

ତମେ ସହାୟତା ମୁଁ ଭୋଟର,
ତମେ ଭଜାହାଣ୍ଡି ମୁଁ ମଟର ।
ତମେ ଶୀତକାଳ ମୁଁ ହିଟର,
ତମେ ଚାଲୁଏସି ମୁଁ ମିଟର ॥

ତମେ ଯୋଗାଯୋଗ ମୁଁ ଡେଟିଂ,
ତମେ ହ୍ବାଟ୍ସଆପ ମୁଁ ଚାଟିଂ ।
ତମେ ଅଫିସର ମୁଁ ମିଟିଂ,
ତମେ ଫୋନକଲ୍ ମୁଁ ଓ୍ବେଟିଂ ॥

ତମ ବିନା ମୁଁ ମୋ ବିନା ତମେ ଚାଖଣାଶୂନ୍ୟ
ଏକୁଟିଆ ମଦ ପିଆପରି;
ରାଜି ହୋଇଯାଅ ଫଟୋରେ ସଭିଁଏ
ଲାଇକ୍ କମେଣ୍ଟ୍ ଦେବେ ଭରି!

 

Leave A Reply

Your email address will not be published.