Latest Odisha News

BREAKING NEWS

ରାଜ୍ୟରେ ଖସିବ ରାତ୍ରୀର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ଧରି ଓଡିଶାରେ କୁହୁଡି ଓ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଡିସେମ୍ବର ୪ରେ କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ଏବଂ ଡିସେମ୍ବର ୫ରେ କୋରାପୁଟ ଏବଂ ମାଲକାନଗିରିରେ ହାଲୁକା ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡା ଏବଂ କେନ୍ଦୁଝର ଜିଲ୍ଲାରେ ମଧ୍ୟମଧରଣର କୁହୁଡ଼ି ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀ, ଭବାନୀପାଟଣା ଏବଂ କେନ୍ଦୁଝରରେ ମଧ୍ୟମ କୁହୁଡ଼ି ଦେଖାଯାଇଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା। ସେହିପରି ଆସନ୍ତା ୨ ଦିନ ମଧ୍ୟରେ ରାତିର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏହାର ପରବର୍ତ୍ତୀ ୩ଦିନ ମଧ୍ୟରେ ସାରା ରାଜ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ।

 

Comments are closed.