ଭୁବନେଶ୍ୱର: ସୋମବାର ଅପରାହ୍ନରେ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାରେ ଘଡ଼ଘଡ଼ି ସହିତ ଝଡ଼ ବର୍ଷା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହର ପାଇଁ ଆଗାମୀ ତିନି ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବରଗଡ଼, କୋରାପୁଟ, ସୁନ୍ଦରଗଡ଼ ଯାଜପୁର, ନୂଆପଡ଼ା, କଟକ (କଟକ ସହର ସମେତ), କେନ୍ଦୁଝର ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।
ମଧ୍ୟମ ଝଡ଼ ସହିତ ପବନ ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ। ଆଗାମୀ ତିନି ଘଣ୍ଟା ମଧ୍ୟରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି। ତେବେ ଏହି ୧୨ଟି ଜିଲ୍ଲାର କିଛିକିଛି ଅଂଶକୁ ପ୍ରଭାବିତ କରିପାରେ।
ସେହିଭଳି ମାଲକାନଗିରି, ରାୟଗଡା, କଳାହାଣ୍ଡି, ବାଲାଙ୍ଗୀର, କନ୍ଧମାଳ, ସୋନପୁର, ଖୋର୍ଦ୍ଧା (ଭୁବନେଶ୍ୱର ସହର ସମେତ), ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଦେଓଗଡ, ସମ୍ବଲପୁର, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ବୌଦ୍ଧ, ନବରଙ୍ଗପୁର ପାଇଁ ହଳଦିଆ ଚେତାବନୀ ଜାରି କରାଯାଇଛି।
Comments are closed.