Latest Odisha News

ଆଉ ତିନି ଦିନ ଥରାଇବ ଜାଡ଼, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ତିନି ଦିିନ ଜାଡରେ ଥରିବ ରାଜ୍ୟ । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏପରି ପୂର୍ବାନୁମାନ କରାଯାଇଛି ।

ବାୟୁ ମଣ୍ଡଳର ତଳଭାଗରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହରେ ରାଜ୍ୟର କିଛି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି  । ଶନିବାର ପାଣିପାଗ ପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଆଗାମୀ ୨ରୁ ୩ ଦିନ ଅର୍ଥାତ ୮ରୁ ୧୦ ତାରିଖ  ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମ ରହିବ । ବିଶେଷ କରି ଝାରସୁଗୁଡା, ସୁନ୍ଦରଗଡ, କଦବଗଡ, କକନ୍ଦୁଝର, ମୟୁରଭଞ୍ଜ, ବାକଲଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ କେଙ୍କାନାଳ ଜିଲ୍ଲାର ଗାଟିଏ ରୁ ଦୁଇଟି ସ୍ଥାନରେ  ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଆଜି ଏବଂ କାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.