Latest Odisha News

ପୋଷା ସାପକୁ ଯୁବତୀଙ୍କ ଚୁମ୍ବନ, ଲୋକେ ଦେଖି ଛାନିଆଁ

ଭୁବନେଶ୍ୱର: ସାପକୁ ଦେଖିଲେ ପ୍ରାୟ ସମସ୍ତେ ଭୟଭୀତ ହୋଇଥାନ୍ତି । ବିଷାକ୍ତ ହେଉ ଅବା ସାଧାରଣ ସାପ । ସାପକୁ ଦେଖିଲା ଲୋକେ ଧାଁ ଦଉଡ କରିଥାନ୍ତି । ହେଲେ ଆପଣ କେବେ ସାପକୁ ପାଳିବାକୁ ଚେଷ୍ଟା କରିଛନ୍ତି କି ? ଅଥଚ ଭାରତରେ ଏଭଳି ସୁବିଧା ସହଜରେ ମିଳେନାହିଁ । ତେବେ ଏପରି ପ୍ରଶ୍ନ କରିବା ପଛରେ ଏକ ଚକିତକର କାରଣ ରହିଛି । କାହିଁକି ନା ପୋଷା ସାପକୁ ଜାବୁଡି ଧରି ଚୁମ୍ବନ କରିବା ନେଇ ଜଣେ ଯୁବତୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହେବା ସହ ଲୋକଙ୍କୁ ଚକିତ କରିଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଜଣେ ଯୁବତୀଙ୍କ ବେକରେ ଏକ ଅଜଗର ସାପ ଗୋଡାଇ ହୋଇ ରହିଥିବା ଦେଖାଯାଇପାରେ । ତେବେ ଘଟଣା କେବଳ ଏତିକିରେ ସୀମିତ ନଥିଲା । ଯୁବତୀ ଜଣକ ସାପକୁ ଜାବୁଡି ଧରି ଲଗାତାର ଭାବେ ଚୁମ୍ବନ କରିବା ଭଳି ଦୃଶ୍ୟ ଅନେକଙ୍କୁ ଚକିତ କରିଛି ।

Leave A Reply

Your email address will not be published.