Latest Odisha News

BREAKING NEWS

ରିକଭର ହେଲା ପାଣିପାଗ ବିଭାଗ ଟ୍ୱିଟର ଏକାଉଣ୍ଟ

ଏତେ ସମୟ ଧରି ହ୍ୟାକ୍ ହେବା ବିଭାଗର ଆଇଟି ସୁରକ୍ଷା ଦୁର୍ବଳତାକୁ ପଦାରେ ପକାଇଛି

ଭୁବନେଶ୍ୱର : ଶନିବାର ବିଳମ୍ବିତ ସନ୍ଧ୍ୟାରୁ ପାଣିପାଗ ବିଭାଗ ଟ୍ୱିଟର ଏକାଉଣ୍ଟ ହ୍ୟାକ ହୋଇଯାଇଥିଲା । କୌଣସି ବଡ କ୍ରିପ୍ଟୋ ହ୍ୟାକର ଏହି ଏକାଉଣ୍ଟର ସିକ୍ୟୁରିଟି ଭାଙ୍ଗିଥିଲା ।
ପାଖାପାଖି ସଂଧ୍ୟା ୮ଟା ବେଳକୁ ଏହି ଏକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡି଼ଥିଲା। ଏଥିରୁ ହଜାର ହଜାର କ୍ରିପ୍ଟୋ ସହ ଜଡି଼ତ ଲୋକମାନେ ଟ୍ୟାଗ ହୋଇଥିଲେ।
ତା ସହ କ୍ରିପ୍ଟୋ କଏନ ମାଗଣାରେ ପାଇବା ଅଫର୍ ଦିଆଯାଇଥିଲା। ତେବେ, ଏହି ଏକାଉଣ୍ଟକୁ ଲମ୍ବା ସମୟ ଧରି ହ୍ୟାକର କବଜାରେ ରଖିଥିଲେ।
ଏନେଇ ପାଣିପାଗ ବିଭାଗ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲା।ଦୀର୍ଘ ସମୟ ଚେଷ୍ଟା ପରେ ଡେରି ରାତିରେ ଏକାଉଣ୍ଟ ରିକଭର ହୋଇଛି ବୋଲି ଦେଖିବାକୁ ମିଳିଛି।
ଏତେ ସମୟ ଧରି ହ୍ୟାକ୍ ହେବା ବିଭାଗର ଆଇଟି ସୁରକ୍ଷା ଦୁର୍ବଳତାକୁ ପଦାରେ ପକାଇଛି।

Leave A Reply

Your email address will not be published.