Latest Odisha News

BREAKING NEWS

ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଅମିତ ଶାହାଙ୍କ ଆହ୍ୱାନ ହେଉଛି ସାଂସ୍କୃତିକ ଆତଙ୍କବାଦ: ଅଧୀର ରଂଜନ ଚୌଧୁରୀ

ଆମେ ଏହାକୁ କୌଣସି ମତରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ ।ଦେଶରେ ଖୁବ କାମ ଲୋକ ହିନ୍ଦୀ ଭାଷା କହନ୍ତି। ବିଜେପି ତାର ଏଜେଣ୍ଡା ହିନ୍ଦୀ, ହିନ୍ଦୁଓ ହିନ୍ଦୁତ୍ୱକୁ ଏହା ଦ୍ୱାରା ପ୍ରୋତ୍ସାହନ କରୁଛି ବୋଲି ଅଧୀର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିନ୍ଦୀକୁ ବିକଳ୍ପ ଭାଷା ପାଇଁ ଆହ୍ୱାନ କରିବା ପରେ ବିଭିନ୍ନ ମହଲରୁ କଡା ସମାଲୋଚନା ଦେଖିବାକୁମିଳିଛି।

ଶନିବାର ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଏହାକୁ ଆତଙ୍କବାଦ କହିଛନ୍ତି।ସେ କହିଛନ୍ତି ଯେ, ଏଭଳି ଆହ୍ୱାନ ସାଂସ୍କୃତିକ ଆତଙ୍କବାଦ।

ଆମେ ଏହାକୁ କୌଣସି ମତରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ ଦେଶରେ ଖୁବ କାମ ଲୋକ ହିନ୍ଦୀ ଭାଷା କହନ୍ତି। ବିଜେପି ତାର ଏଜେଣ୍ଡା ହିନ୍ଦୀ, ହିନ୍ଦୁ ହିନ୍ଦୁତ୍ୱକୁ ଏହା ଦ୍ୱାରା ପ୍ରୋତ୍ସାହନ କରୁଛି ବୋଲି ଅଧୀର କହିଛନ୍ତି

ଗୁରୁବାର ଅମିତ ଶାହା ସଂସଦୀୟ ଭାଷା କମିଟିର ଅଧ୍ୟକ୍ଷତା କରୁଥିଲେ ଏହି ସମୟରେ ସେ ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାଷା ରୂପେ ବ୍ୟବହାରକରିବା ସମୟ ଆସିଯାଇଛି ବୋଲି କହିଥିଲେ

Leave A Reply

Your email address will not be published.