Latest Odisha News

BREAKING NEWS

ପ୍ରବାସୀ ଭାରତୀୟ ଦିବସ: ଉଦଯାପନୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ବର: ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବ ୧୦ ତାରିଖ ରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।

ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସଫଳ କରିବାକୁ ବିଭାଗ କାମ କରୁଛି। ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଅନୁଧ୍ୟାନ କରୁଛନ୍ତି। ବିଶ୍ୱର ୧୪୦ ଦେଶରୁ ୫ ହଜାରରୁ ୭ ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଜାନୁଆରୀ ୮, ୯, ୧୦ ତାରିଖ ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଲୋକଙ୍କ କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବେ। ପ୍ରବାସୀ ଭାରତୀୟ ରହଣୀ ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦିଆଯାଇଛି।

ଆଜିର ବୈଠକରେ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଅଧିକାରୀ, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବିଡିଏ, ବିଏମସି, ସିଏମସିର ଅଧିକାରୀ ଉପସ୍ଥିତ ଥିଲେ। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ କିଭଳି ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ, ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ଆଲୋଚନା ହୋଇଛି।

ଅତିଥି ମାନଙ୍କ ପାଇଁ  ଭୁବନେଶ୍ଵର ଆଖପାଖରେ ଥିବା ସମସ୍ତ ହୋଟେଲ ସମେତ ବିଭିନ୍ନ ବିଭାଗର ଆଇବି, ଅତିଥି ଭବନ ବୁକ ହେବ। ଏହା ସହ ସୁବିଧାଜନକ ଗମନାଗମନ ପାଇଁ CRUT ୫ଟି ଡବଲ ଡେକର ବସ ସହ ୫୦ଟି ନୂଆ ବସ ଯୋଗାଇବ ବୋଲି ସୂଚନା ମିଳିଛି। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ସହ ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

Leave A Reply

Your email address will not be published.