ଇସଲାମାବାଦ: ସରକାର ବଞ୍ଚେଇବାକୁ ଇମ୍ରାନ ଖାନ୍ ପାକିସ୍ତାନ ଆର୍ମିକୁ ଭିକ ମାଗିବାକୁ ପଛେଇନଥିଲେ । ୯ ଏପ୍ରିଲରେ ପାକିସ୍ତାନ ସୁପ୍ରିମ କୋର୍ଟରେ ଅନାସ୍ଥା ଭୋଟ୍ ଶୁଣାଣି ଆଗରୁ ଇମ୍ରାନ ତାଙ୍କ ଦେଶର ଶକ୍ତିଶାଳୀ ଆର୍ମି ଶରଣ ପଶିଥିଲେ । ଯେକୌଣସି ଉପାୟରେ ତାଙ୍କ ସରକାର ବଞ୍ଚେଇଦେବାକୁ ଭିକ ମାଗିଥିଲେ । ଲାହୋର ର ଏକ ରାଜନୈତିକ ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ଙ୍କ ଝିଅ ମରୟମ ନଓ୍ବାଜ ଏହି କଥା କହିଛନ୍ତି ।
କ୍ଷମତା ଲୋଭୀ ଇମ୍ରାନ ଅନାସ୍ଥା ଶୁଣାଣି କୌଣସି ପ୍ରକାରେ ଘୁଞ୍ଚାଇଦେବା ପାଇଁ ଆର୍ମିକୁ ହାତ ଯୋଡ଼ିଥିଲେ । ହେଲେ ଆର୍ମି ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲା । ପାକିସ୍ତାନ ଆର୍ମି ଦେଶର ସୁରକ୍ଷା ଓ ବୈଦେଶିକ ବ୍ୟାପାରରେ ହସ୍ତକ୍ଷେପ କରେ । ହେଲେ ସରକାର ସହିତ ତାଙ୍କର କିଛି ସଂପର୍କ ନାହିଁ ବୋଲି ସିଧା ମନା କରିଦେଇଥିଲା ଆର୍ମି ।
ଏପରିକି ପିପିପି ମୁଖ୍ୟ ଅସିଫ ଅଲ୍ଲୀ ଜରଦାରୀଙ୍କୁ ମଧ୍ୟ ଇମ୍ରାନ ଅନୁରୋଧ କରିଥିଲେ ଅନାସ୍ଥା ବନ୍ଦ କରିଦେବା ପାଇଁ । କିନ୍ତୁ କିଛି ସୁଫଳ ମିଳିଲାନି । ମରୟମ କହିଛନ୍ତି ଯେ, ତାଙ୍କ ପିତା ନୱାଜ ଶରିଫ୍ ଲଣ୍ଡନରେ ଥାଇ ଇମ୍ରାନ ସରକାରଙ୍କୁ ଗାଦିରୁ ହଟେଇ ଦେଲେ । ଯେତେବେଳେ ସେ ପାକିସ୍ତାନ ଫେରିବା ଇମ୍ରାନଙ୍କ ଅବସ୍ଥା ଆହୁରି ଭୟଙ୍କର ହେବ ।
ନଓ୍ବାଜ ୨୦୧୯ରେ ଲାହୋର ହାଇକୋର୍ଟରୁ ବେଲ୍ ପାଇ ଲଣ୍ଡନ ଚାଲି ଯାଇଛନ୍ତି । ଅସୁସ୍ଥତା ଦର୍ଶାଇ ଲଣ୍ଡନ ଚିକିତ୍ସା ହେବାକୁ ଚାରି ସପ୍ତାହ ବେଲ୍ ପାଇଥିଲେ । ଚିକିତ୍ସା କରିବାକୁ ଯାଇ ନୱାଜ ଆଉ ଫେରିନାହାନ୍ତି ।
Comments are closed.