Latest Odisha News

ଜେଲରେ ଥାଇ ଆମେରିକାକୁ ସହାୟତା ମାଗିଲେ ଇମ୍ରାନ ଖାନ

କରାଚି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୀର୍ଘ ସମୟ ଧରି ଜେଲରେ ରହିଛନ୍ତି। ସେ ଜେଲରୁ ବାହାରକୁ ବାହାରିବା ନେଇ କୌଣସି ଆଶା ମଧ୍ଯ ଦେଖାଯାଉନାହିଁ।

ତେବେ ଇମ୍ରାନଙ୍କ ନାମରେ ଟାଇମ୍ ପତ୍ରିକାରେ ଏକ ଆଲେଖ୍ୟ ପ୍ରକାଶିତ ହୋଇଛନ୍ତି। ଯେଉଁଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ରାଜନୈତିକ ପ୍ରତ୍ୟାବର୍ତ୍ତନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଇମ୍ରାନ। ଏଥିସହିତ ଆମେରିକା, ପାକିସ୍ତାନ ସହିତ ମିଶି ଆର୍ଥିକ ସହଭାଗୀତା, ସଂଘର୍ଷ ଏବଂ ଉଗ୍ରବାଦ ଜନିତ ପରିସ୍ଥିତିକୁ ରୋକିବା ପାଇଁ କାମ କରିବ ବୋଲି ସେ ଆଶା କରିଛନ୍ତି।

ସେ ପାକିସ୍ତାନରେ ତାଙ୍କ ଗିରଫଦାରୀ ଏବଂ ଗଣତନ୍ତ୍ର ପାଇଁ ଏକତ୍ରିତ ହୋଇ ସ୍ୱର ଉଠାଇବାକୁ ଅନ୍ତର୍ଜାତୀୟ ସମୁହକୁ ମଧ୍ୟ ନିବେଦନ କରିଛନ୍ତି। ଏପରିକି ତାଙ୍କର ଜେଲଦଣ୍ଡ ଏବଂ ତାଙ୍କ ବିରୁଦ୍ଧରେ ଅଭିଯୋଗ ଗଣତାନ୍ତ୍ରିକ ନୀତି ଉଲ୍ଲଂଘନ କରୁଛି ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏହି ଲେଖାଟି ପତ୍ରିକାରେ କିପରି ପହଞ୍ଚିଲା ତାହା ସ୍ପଷ୍ଟ ହୋଇନାହିଁ।

Comments are closed.