Latest Odisha News

BREAKING NEWS

5 T ରେ ଯୋଡି ହେଲା ନୂଆ T ଟୁର୍

ମନ୍ତ୍ରୀମାନଙ୍କୁ ଅଧିକ ଗସ୍ତ କରିବା ପାଇଁ ନବୀନ ଦେଲେ ପରାମର୍ଶ

ଭୁବନେଶ୍ବର: ନୂଆ ମନ୍ତ୍ରୀମଣ୍ଡଳ ଗଠନ ପରେ ସମସ୍ତ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । 2024 ନିର୍ବାଚନ ପୂର୍ବରୁ ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମନ୍ତ୍ରୀମାନେ ମୋ ସରକାର ଅଧିନରେ ଏବେ 6ଟି ମାଧ୍ୟମରେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୂର୍ବରୁ ତାଙ୍କ ସରକାର 5ଟି ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଥିଲା । ମୋ ସରକାର ଅଧିନରେ ଥିବା 5ଟିର ସଫଳତା ପରେ ଏବେ କିନ୍ତୁ ନୂଆମନ୍ତ୍ରୀଙ୍କ ପାଇଁ ଆଉ ଏକ ଟି କୁ ଗୁରୁତ୍ବ ଦେବାପାଇଁ ନବୀନ କହିଛନ୍ତି । ସେ ଟି ହେଉଛି ଟୁର୍  ବା ଗସ୍ତ ।

ଏସି ରୁମ୍ ଭିତରେ ନରହି ଲୋକଙ୍କ ସେବା କରିବା ପାଇଁ ବିଭିନ୍ନ ଅଞ୍ଚଳକୁ ଗସ୍ତ କର ଏହା ହିଁ ହେଉଛନ୍ତି ନବୀନଙ୍କ ନୂଆ ଟି ର ଅର୍ଥ । କାମରେ ସ୍ବଚ୍ଛତା ରଖିବା ସହ  ଯେତେ ସମ୍ଭବ ଟୁର୍ କରିବାକୁ ସେ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ତାଙ୍କ ସରକାର ଏବେ 6ଟିକୁ ନେଇ କାମ କରିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜୋର ଦେଇଛନ୍ତି ।

ପୂର୍ବରୁ ନବୀନଙ୍କ ସରକାର ‘5ଟି  ଅର୍ଥାତ ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରିନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍‌ ଲିମିଟ୍‌ କୁ ଗୁରୁତ୍ବ ଦେଇ ଶାସନ କରୁଥିଲେ। ଏହା ମାଧ୍ୟମରେ ଲୋକଙ୍କର ସମସ୍ୟାଗୁଡ଼ିକ ସହଜରେ ସମାଧାନ ହୋଇପାରିବ ବୋଲି ନବୀନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏବେ ତାଙ୍କ ସରକାର ଗସ୍ତକୁ ମଧ୍ୟ ପ୍ରାଧାନ୍ୟ ଦେବ ବୋଲି କହିଛନ୍ତି ନବୀନ । ତେଣୁ ମନ୍ତ୍ରୀମାନେ ଯେତେ ସମ୍ଭବ ବିଭିନ୍ନ ଅଂଚଳକୁ ଗସ୍ତ କରି ଲୋକଙ୍କ ସମସ୍ୟା ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୋ ସରକାର’ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଟୁର କରି ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ ପାଇଁ  ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.