Latest Odisha News

BREAKING NEWS

ନୂପୁର ଶର୍ମାଙ୍କ ମନ୍ତବ୍ୟ ନୂଆଦିଲ୍ଲୀ ମତାମତର ପ୍ରତିଫଳନ ନୁହେଁ :  ଭାରତ

ଓଆଇସି’ର ମତାମତକୁ ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ: ଟିଭିରେ ଜ୍ଞାନବାପି  ପ୍ରସଙ୍ଗରେ  ଡିବେଟ୍ ଚାଲିଥିବା ବେଳେ  ମହାପୁରଷ ମହମ୍ମଦଙ୍କ ବିଷୟରେ କିଛି ବିବାଦୀୟ ମନ୍ତ୍ରବ୍ୟ ଦେଇଥିଲେ ବିଜେପି ନେତ୍ରୀ ନୂପୁର ଶର୍ମା । ଏହାକୁ ନେଇ ବିବାଦ ଉଠିବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବନ କରିଛି ।  ନୂପୁର ଶର୍ମାଙ୍କ ମନ୍ତବ୍ୟ ବିଜେପିର ବିଚାରଧାରା ନୁହେଁ ବୋଲି ଦଳ ନିଲମ୍ବନ କରିବା ଅବସରରେ ସ୍ପଷ୍ଟ କରିଛି । ତେବେ ଏହି ପ୍ରସଙ୍ଗକୁ ନେଇ କିଛି ଇସଲାମିକ ଦେଶ ଭାରତ ଭୁଲ ମାଗୁ ବୋଲି ଦାବି କରୁଥିବା ବେଳେ  ତାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି ।

ଏପରିକି ‘ଅର୍ଗାନାଇଜେସ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌’ ଓଆଇସି ଜେନେରାଲ୍‌ ସେକ୍ରେଟେରିଏଟ୍‌ ଭାରତକୁ ଏହି ପ୍ରସଙ୍ଗରେ ନିନ୍ଦା କରିଥିବାରୁ ଭାରତ ତୀବ୍ର ସମାଲୋଚନା କରିବା ସହ ନୂପୁରଙ୍କ ମତ ନୂଆଦିଲ୍ଲୀ ମତାମତର ପ୍ରତିଫଳ ନୁହେଁ ବୋଲି କହିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ‘ଓଆଇସି’ର ଅପ୍ରାସଙ୍ଗିକ ତଥା ରକ୍ଷଣଶୀଳ ମନ୍ତବ୍ୟକୁ ଭାରତ ସ୍ପଷ୍ଟରୂପେ ଅଗ୍ରାହ୍ୟ କରୁଛି। ଭାରତ ସରକାର ସବୁ ଧର୍ମକୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତି। ଏହା ବାରମ୍ବାର ସ୍ପଷ୍ଟ କରିବା ସତ୍ତ୍ବେ ଭାରତକୁ ଏପରି ବଦନାମ କରିବା ଅନୁଚିତ ।

କେତେକ ବ୍ୟକ୍ତିବିଶେଷ ଜଣେ ଧାର୍ମିକ ବ୍ୟକ୍ତିତ୍ବଙ୍କ ମର୍ଯ୍ୟାଦାହାନି କରି ମନ୍ତବ୍ୟ ଦେଇଛନ୍ତି। ସେ ସବୁ ମନ୍ତବ୍ୟ କୌଣସି ପ୍ରକାରରେ ଭାରତ ସରକାରଙ୍କ ମତାମତକୁ ପ୍ରତିଫଳନ କରୁନାହିଁ। ସମ୍ପୃକ୍ତ ଦଳମାନେ ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି ବୋଲି ଭାରତ ମଧ୍ୟ ଉତ୍ତର ରଖିଛି ।

ଏସବୁ କରିବା ପରେ ମଧ୍ୟ  ‘ଓଆଇସି’ ସେକ୍ରେଟେରିଏଟ୍‌ ପୁଣି ଉତ୍ତେଜନା ସୃଷ୍ଟିକାରୀ, ବିଭ୍ରାନ୍ତିକର ଏବଂ ଭାରତ ପାଇଁ କ୍ଷତିକାରକ ବିବୃତି ଦେଉଛି। ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ତରଫରୁ ‘ଓଆଇସି’ ଏଭଳି କରିବାକୁ ନିଷ୍ପତ୍ତି ନେଇଥିବା କଥା ଏଥିରୁ ଜଣାପଡୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

Leave A Reply

Your email address will not be published.